ଓଡ଼ିଶା

ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ ଜୋରଦାର କରାଯିବ: ଡିସିପି

ବଡ ଦିନ ଓ ଜିରୋ ନାଇଟ ପାଇଁ କମିଶନରେଟ୍ ପୋଲିସର ଗାଇଡ ଲାଇନ୍ । ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ ଆହୁରି ଜୋରଦାର କରାଯିବ । ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଦ୍ୟପଙ୍କୁ ଧରିବାକୁ ସବୁଠି ବ୍ଲକିଂ ଚେକିଂ ରହିଛି । ଯେଉଁମମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ରାଜଧାନୀର ସମସ୍ତ ଚର୍ଚ୍ଚ ଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ଫୋର୍ସ ମୁତୟନ୍ ହେବ ।

ରବିବାର ରାତିରୁ ଗହଳି ବହୁତ୍ ହେବ ତେଣୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଜିରୋ ନାଇଟ ଉପରେ ମଧ୍ୟ କଡା ନଜର ରଖିଛି କମିଶନରେଟ୍ ପୋଲିସ । ଯେଉଁ ଯେଉଁଠି ସେଲିବ୍ରେସନ ହେବ ସେମାନଙ୍କ ପାଇଁ ଗାଇଡ ଲାଇନ୍ ଦିଆଯାଇଛି । ହୋଟେଲ ବାର ଗୁଡ଼ିକରେ ଆବଶ୍ୟକ ମୁତାବକ ଲୋକଙ୍କୁ ପ୍ରବେଶ କରାଯିବ । ଆଗକୁ ଆହୁରି ସବୁଠି ଚେକିଙ୍ଗ ଜୋରଦାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com