ଜାତୀୟଜୀବନଶୈଳୀ

ରହିବନି ୱେଟିଂ ଲିଷ୍ଟ କି RAC

ଭୁବନେଶ୍ୱର ,ବନ୍ଦେ ଭାରତ ସ୍ଲିପର କୋଚ ର  ଶୁଭାରମ୍ଭ କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆନ୍ ରେଲୱେର, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଯିବ। ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ। ଭଡ଼ା ନିର୍ଣ୍ଣୟ ପାଇଁ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ଥାର୍ଡ ଏସିରେ କିଲୋମିଟର ପ୍ରତି ୨ଟଙ୍କା ୪୦ ପଇସା, ସେକେଣ୍ଡ ଏସିରେ ୩ଟଙ୍କା ୧୦ ପଇସା ଓ ଫାଷ୍ଟ କ୍ଲାସ ଏସିରେ କିଲୋମିଟର ପ୍ରତି ଯାତ୍ରୀ ଗଣିବେ ୩ଟଙ୍କା ୮୦ ପଇସା। ଅଟୋମେଟିକ୍ ଡୋର୍, କବଚ ସୁରକ୍ଷା ସିଷ୍ଟମ, ସିସିଟିଭି ଓ ସ୍ବଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀ। ବନ୍ଦେ ଭାରତ ସ୍ଲିପର କୋଚରେ ରହିବନି ୱେଟିଂ ଲିଷ୍ଟ କି RAC। ଯାତ୍ରୀଙ୍କୁ କେବଳ କନଫର୍ମ ଟିକେଟ୍ ମିଳିବ। ୧୬ କୋଚ୍ ବିଶିଷ୍ଟ ଟ୍ରେନରେ ରହିବ ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ କ୍ଲାସ ଏସି। ଏଥିସହ ଯାତ୍ରୀ ୫ ପ୍ରତିଶତ ଜିଏସଟି ଦେବେ। ବନ୍ଦେ ଭାରତର ଏହି ସ୍ଲିପର କୋଚରେ ଅଫିସର କୋଟାକୁ ଉଚ୍ଛେଦ କରାଯାଇଛି।   Third A C ରେ ଜଣେ ଯାତ୍ରା କଲେ, ସର୍ବନିମ୍ନ ଭଡ଼ା ୯୬୦, ସେକେଣ୍ଡ କ୍ଲାସରେ ୧୨ଶହ ୪୦ ଓ ଫାଷ୍ଟ ଏସିରେ ଭଡ଼ା ୧୫ଶହ ୨୦ ଟଙ୍କା ଦେବାକୁ ପଡ଼ିବ।

Related Articles

Back to top button