
ଭୁବନେଶ୍ୱର ,ସମଗ୍ର ଚିଲିକାକୁ ଚଳିତବର୍ଷ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି, କେତେ ପ୍ରଜାତିର ପକ୍ଷୀ ଆସିଛନ୍ତି ।
ପକ୍ଷୀ ମାନଙ୍କର ସଂଖ୍ୟା କେତେ ଅଛି ତାହାର ଟିକିନିଖି ଗଣନା କରାଯାଉଛି।
ସେହିପରି ସମ୍ବଲପୁର ହୀରାକୁଦ ଡ୍ୟାମରେ ବି ପକ୍ଷୀ ଗଣନା ହେଉଛି।
୩୨ଟି ଟିମରେ ପ୍ରାୟ ୭୦ ଜଣ ଗଣନାକାରୀ ସାମିଲ ହୋଇଛନ୍ତି।
ଚିଲିକା ଓ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା କରାଯାଉଛି।
ଚିଲିକାର ୫ଟି ରେଞ୍ଜରେ ୨୨ଟି ବନ ବିଭାଗ ସମତେ ଅନ୍ୟ ବିଶେଷଜ୍ଞଙ୍କ ଟିମ୍ ସାମିଲ ହୋଇଛନ୍ତି।
ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ା ରେଞ୍ଜରେ ଗଣନା ହେଉଛି।




