ନିର୍ବାଚନରାଜନୀତି

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ

 ଭୁବନେଶ୍ୱର ,ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ, ଅଧ୍ୟକ୍ଷ ପଦ ପାଇଁ ଭାରତୀୟ ଜନତା ପାର୍ଟିର ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ, ସନ୍ଧ୍ୟା ୫ଟାରୁ ୬ଟା ପ୍ରତ୍ୟାହାର, ଆବଶ୍ୟକ ହେଲେ ଆସନ୍ତାକାଲି ମତଦାନ ହେବ । ଏହାପରେ ଆନୁଷ୍ଠାନିକ ଭାବେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ।
ତେବେ ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ଥିବା ନୀତିନ ନବୀନ ହିଁ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଫଳରେ ନୀତିନଙ୍କ ନାମରେ ହିଁ ମୋହର ମାରି ଆନୁଷ୍ଠାନିକ ଭାବେ ସଭାପତିଙ୍କ ନାମ ଘୋଷଣା କରାଯିବ । ନୀତିନଙ୍କୁ ସଭାପତି କରିବା ଲାଗି ଦଳ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।ନୀତିନ ଜଣେ ଯୁବ ଚେହେରା, ୫ ଥର ବିଧାୟକରୁ ମନ୍ତ୍ରୀ ହୋଇଥିବା ନେତା, ଆଉ ଉତ୍ତମ ସଙ୍ଗଠକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷରୁ ପୂର୍ଣ୍ଣ ଦାୟିତ୍ୱ ଦେବାକୁ ଦଳ ନିଷ୍ପତ୍ତି ନେଇଛି ।ବିଜେପିର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ ହୋଇଥିବା ନୀତିନ ପୂଣ୍ଣକାଳୀନ ସଭାପତି ହେବା ନିଶ୍ଚିତ ହୋଇଛି । ନୀତିନଙ୍କ ବୟସ ମାତ୍ର ୪୫ବର୍ଷ । ସେ ବିଜେପି ଇତିହାସରେ ଦଳର ଦାୟିତ୍ୱ ଗ୍ରହଣ କରିବାରେ ସବୁଠାରୁ ଯୁବ ନେତା । ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ଯେତେ ବି ନେତା ସଭାପତି ହୋଇଥିଲେ, ତାଙ୍କ ଭିତରେ ଅମିତ ଶାହ ଥିଲେ ଯୁବ ନେତା, ହେଲେ ଏବେ ନୀତିନ ନବୀନ ଏହି ରେକର୍ଡ ଭାଙ୍ଗିଛନ୍ତି । ଯାହାକି ସୂଚିତ କରୁଛି ଯେ ବିଜେପି ଭବିଷ୍ୟତକୁ ଆଖିରେ ରଖି ଏହି ନିଷ୍ପତ୍ତି ନେଉଛି ।

Related Articles

Back to top button