
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଖୁବଶୀଘ୍ର ବୋମାରେ ଉଡ଼ାଇ ଦିଆଯିବ। ଏପରି ଏକ ଧମକ ପୂର୍ଣ୍ଣ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଯାହାକୁ ଦେଖିବା ପରେ ମନ୍ଦିର ସୁରକ୍ଷା ନେଇ କେନ୍ଦ୍ରାପଡ଼ା ବାସୀ ଚିନ୍ତା ପ୍ରକଟ କରିଛନ୍ତି । ଏ ନେଇ ବଳଦେବ ସେନା ପକ୍ଷରୁ SPଙ୍କୁ ସୋମବାର ଅଭିଯୋଗପତ୍ର ପ୍ରଦାନ କରାଯିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।




