ଅନ୍ତର୍ଜାତୀୟକ୍ରୀଡ଼ା

ଆଲୋଚନା କଲେ ସେହବାଜ ସରିଫ ଓ ମହସିନ ନକଭି

 ଭୁବନେଶ୍ୱର ,ପାକିସ୍ତାନ T-20 ବିଶ୍ବକପ ଭାଗ ନେବା ନେଇ ନିଷ୍ପତ୍ତି ନେବାରେ ବିଳମ୍ବ, ଏଭଳି ଆଶଙ୍କା ସୃଷ୍ଟି କରିଛି।

ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମହସିନ ନକଭି, ପାକ୍ ପ୍ରଧାନମନ୍ତ୍ରୀ ମହମ୍ମଦ ସେହବାଜ ସରିଫଙ୍କୁ ସାକ୍ଷାତ କରିଛନ୍ତି।

ଉଭୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ପିସିବି ଅଧ୍ୟକ୍ଷ ଏକ୍ସରେ ସୂଚନା ଦେଇଛନ୍ତି।

ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ ଓ ବାଂଲାଦେଶ ପ୍ରସଙ୍ଗ ନେଇ ଉଭୟ ଆଲୋଚନା କରିଛନ୍ତି।

ତେବେ ସେମାନଙ୍କ ଭିତରେ ଏଭଳି ସାକ୍ଷାତ ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଉପସ୍ଥିତି କିମ୍ବା ଅନୁପସ୍ଥିତି ଉପରେ କିଛି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି, ଆଶଙ୍କା ସୃଷ୍ଟି କରୁଛି।

ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ, ଭାଗ ନେବ କି ନାହିଁ, ତାହା ଆସନ୍ତା ଶୁକ୍ରବାର କିମ୍ବା ସୋମବାର ସୁଦ୍ଧା ଆଇସିସିକୁ ଜଣାଇବ ବୋଲି, ସମୟ ନେଇଥିବାରୁ ଏବେ ଏ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଛି।

Related Articles

Back to top button