କ୍ରୀଡ଼ା

T-20 ବିଶ୍ୱକପରେ ପାକିସ୍ତାନକୁ ଧୂଳି ଚଟେଇଲା ଭାରତ

ମେଲବୋର୍ଣ୍ଣ, ୨୩/୧୦/୨୦୨୨-  ମେଲବୋର୍ଣ୍ଣରେ କମ୍ପିଲା ଭାରତୀୟ କ୍ରିକେଟ ଦଳ । ଧୂଳି ଚାଟିଲା ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ । ଦିୱାଲି ପୂର୍ବରୁ ଭାରତ କ୍ରିକେଟରେ ପାଳିଛି ଦିୱାଲି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଖେଳା ଯାଇଥିବା T-20 ବିଶ୍ୱକପର ଏହି ହାଇ ଭୋଲଟେଜ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ରୋହିତଙ୍କ ନିଷ୍ପତ୍ତିକୁ ସଫଳ କରି ଭାରତୀୟ ବୋଲମାନେ ପ୍ରଥମରୁ ପାକିସ୍ତାନ ଉପରେ ପ୍ରଭାବ ବିସ୍ତାର କରିଥିଲେ । ତେବେ ମାସୁଦଙ୍କ ୫୨ ରନ୍ ଏବଂ ଇଫିତକାର ଅହମ୍ମଦଙ୍କ ୫୧ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା ।

ଜବାବରେ ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୧ ରନରେ ଲୋକେଶ ରାହୁଲ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲଙ୍କ ୱିକେଟ୍ ହରାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲି ବ୍ୟାଟିଂର ମଙ୍ଗ ସମ୍ଭାଳିଥିଲେ । ୫ମ ୱିକେଟ୍ ପାଇଁ କୋହଲି-ପାଣ୍ଡ୍ୟା ଯୋଡି ମୂଲ୍ୟବାନ ୧୧୩ ରନ ଯୋଡିଥିଲେ ।

ବିଜୟ ଅସମ୍ଭବ ମନେ ହେଉଥିବା ଏହି ମ୍ୟାଚ ପାକିସ୍ତାନ ହାତରୁ ଛଡାଇ ଆଣିଥିଲେ କୋହଲି । ୫୩ ବଲରୁ ଅପରାଜିତ ୮୨ ରନ କରି ମ୍ୟାଚକୁ ଭାରତ ପକ୍ଷକୁ ଆଣିଥିଲେ । ମନେରହିଲା ଭଳି ଘଟଣାମାନ ଦେଖିବାକୁ ମିଳିଥିଲା ଶେଷ ଓଭରରେ । ଶେଷ ଓଭରର ପ୍ରତି ବଲରେ ରହିଥିଲା ରୋମାଞ୍ଚ । କେତେବେଳେ ନୋ ବଲ୍ ତ କେତେବେଳେ ୱାଇଡ ତ ଆଉ କେତେବେଳେ ୱିକେଟ୍ ପକାଇଥିଲେ । ମ୍ୟାଚ ବିଜୟୀ ଇନିଂସ ପାଇଁ କୋହଲି ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଛନ୍ତି । ଏଥିସହିତ T-20 ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ ।

Related Articles

Back to top button
WP Twitter Auto Publish Powered By : XYZScripts.com