ଅନ୍ତର୍ଜାତୀୟକ୍ରୀଡ଼ା

କିଛି ସପ୍ତାହ ବାଂଲାଦେଶ କ୍ରିକେଟ୍ ପାଇଁ ଚ୍ୟାଲେଞ୍ଜିଂ ଥିଲା।

 ଭୁବନେଶ୍ୱର ,ବାଂଲାଦେଶ ମହିଳା କ୍ରିକେଟ ଦଳ ସୁପର ସିକ୍ସ ଫାଇନାଲରେ ଥାଇଲ୍ୟାଣ୍ଡକୁ ୩୯ ରନରେ ପରାସ୍ତ କରି ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବାଂଲାଦେଶୀ କ୍ରିକେଟ ପ୍ରଶଂସକମାନେ ଗତ କିଛି ସପ୍ତାହ ଧରି ନିରାଶ ହୋଇଛନ୍ତି କାରଣ ସେମାନଙ୍କ ବୋର୍ଡ (BCB) ଯୋଗୁଁ ସେମାନଙ୍କ ପୁରୁଷ ଦଳ ବିଶ୍ୱକପ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲା। କିନ୍ତୁ ଏବେ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦିଓ ପୁରୁଷ ଦଳ ନିରାଶ କରିଛନ୍ତି କିନ୍ତୁ ମହିଳା ଦଳ ଏଥିରେ ସୁଯୋଗ ପାଇଛି ।ଗତ କିଛି ସପ୍ତାହ ବାଂଲାଦେଶ କ୍ରିକେଟ୍ ପାଇଁ ଚ୍ୟାଲେଞ୍ଜିଂ ଥିଲା। ୨୦୨୬ ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିବା ପରେ, ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରୁ ବହିଷ୍କାର କରାଯାଇଥିଲା ଏବଂ ସ୍କଟଲ୍ୟାଣ୍ଡକୁ ତାଙ୍କ ସ୍ଥାନ ଦିଆଯାଇଥିଲା। ତେବେ ଏହାରି ଭିତରେ ବାଂଲାଦେଶ କ୍ରିକେଟ୍ ପାଇଁ ଏକ ଭଲ ଖବର ଆସିଛି । ବାଂଲାଦେଶ ମହିଳା ଦଳ ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ୨୦୨୬ ମହିଳା ଟି-୨୦ ବିଶ୍ୱକପରେ ୧୨ଟି ଦଳ ଦୁଇଟି ଗ୍ରୁପରେ ବିଭକ୍ତ ହେବେ (ପ୍ରତ୍ୟେକରେ ଛଅଟି)। ଭାରତ ଏବଂ ପାକିସ୍ତାନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସହିତ ଗୋଟିଏ ଗ୍ରୁପରେ ଅଛନ୍ତି। ଗ୍ରୁପ୍ ବିରେ ଇଂଲଣ୍ଡ, ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଅଛନ୍ତି।  ଏହି ଦଳଗୁଡ଼ିକ ମଧ୍ୟରୁ ୮ଟି ଦଳ ୨୦୨୪ ଟି-୨୦ ବିଶ୍ୱକପ୍ ଏବଂ ଟି-୨୦ ରାଙ୍କିଂ ଆଧାରରେ ଚୟନ କରାଯାଇଥିଲା ।

Related Articles

Back to top button