ଓଡ଼ିଶାଦୁର୍ଘଟଣାଶିକ୍ଷାସ୍ୱାସ୍ଥ୍ୟ

ସ୍କୁଲରେ ଫାଟିଲା ପ୍ରେସର କୁକର୍

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ସ୍କୁଲରେ ଅଘଟଣ । ପ୍ରେସର କୁକର ଫାଟି ଦୁଇ ଜଣ ପାଚିକା ଗୁରୁତର । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅଧିନସ୍ଥ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଘଟଣାନୁସାରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ପ୍ରେସର କୁକରରେ ଆଳୁ ସିଝାଯାଉଥିଲା । ହଠାତ୍ ଏହି ସମୟରେ ପ୍ରେସର କୁକରଟି ଫାଟିଥିଲା । ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ହୋଇଥିଲା ଯେ ରୋଷେଇ ଘର ଆଜବେଷ୍ଟସ୍ ଉଡ଼ିଯାଇଛି । ଗୁରୁତର ୨ ମହିଳା ପାଚିକାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଉଛନ୍ତି ଗୋବିନ୍ଦମାଧବପୁର ଗ୍ରାମର ତୁଳସୀ ବେହେରା ଓ ଚଞ୍ଚଳା ନାୟକ ।

Related Articles

Back to top button