
ଭୁବନେଶ୍ୱର ,ବସୁନ୍ଧରା ଅଞ୍ଚଳରେ MCL ଗର୍ଜନବାହାଲ ଓପନ କାଷ୍ଟ ପ୍ରୋଜେକ୍ଟର ଡେସପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ, ପ୍ରଶାନ୍ତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଲାଭ ସଂଗ୍ରହ କରିଥିବା ଜଣାପଡ଼ିଛି। ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି, ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେହି ଆଧାରରେ ସିବିଆଇର ଏଏସ୍ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ।ସିବିଆଇ ବିରୋଧରେ ସିବିଆଇର ମାମଲା। ଭୁବନେଶ୍ବର CBI ନାଁରେ ମାମଲା ରୁଜୁ କଲା ଦିଲ୍ଲୀ ସିବିଆଇ।ଏହି ଲିଙ୍କରେ ଦିଲ୍ଲୀ ସିବିଆଇର ୩ ଜଣିଆ ଦଳ ସୁନ୍ଦରଗଡ଼ର M C L ରେଚଢ଼ଉ କରୁଥିବା ଜଣାପଡ଼ିଛି। ପ୍ରଶାନ୍ତ ତାଙ୍କ ପୁଅ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟ ଜରିଆରେ ସାରଦାଙ୍କ ଠାରୁ ଲାଞ୍ଚ ଟଙ୍କା ନେଇଥିବା ଅଭିଯୋଗ ରହିଛି। ସୁନ୍ଦରଗଡ଼ MCLରେ ଦିଲ୍ଲୀ ସିବିଆଇ ପକ୍ଷରୁ ଚଢ଼ଉ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିବିଆଇ ଭୁବନେଶ୍ବର ଶାଖାରେ ASI ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ ସନ୍ଦେହ ଘେରକୁ ଆସିଛନ୍ତି।




