ଅନ୍ୟାନ୍ୟରାଜନୀତି

ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଥିଲେ।

ଭୁବନେଶ୍ୱର , ବିଜେପି ମହିଳା ସାଂସଦ ମାନେ,ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ବିରୋଧୀ ସାଂସଦଙ୍କ ବିରୋଧରେ,କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

୪ ତାରିଖରେ ଲୋକସଭାରେ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା।
ସବୁ ମର୍ଯ୍ୟାଦା ଲଙ୍ଘି କାଗଜପତ୍ର ଚିରି ବାଚସ୍ପତିଙ୍କ ଆଡ଼କୁ ମଧ୍ୟ ଫିଙ୍ଗିଥିଲେ।

ବିରୋଧ ନାଁରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ିଯାଇଥିଲେ।

କିଛି ମହିଳା ସଦସ୍ୟ ବି ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଥିଲେ।

ତେଣୁ ମହିଳା ସାଂସଦମାନେ ଅନୁରୋଧ କରିଛନ୍ତି ଯେ ଆମ ଗଣତାନ୍ତ୍ରିକ ପ୍ରତିଷ୍ଠାନକୁ ଯେଉଁମାନେ ଅପମାନିତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

Related Articles

Back to top button