ରାଜନୀତି

ଶିରିପା ପିନ୍ଧିବା ପୂର୍ବରୁ ଚମକି ପଡିଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ଉଠ ମୋହନ, ପିନ୍ଧିବ ମୁକୁଟ । ଏହି ପଦେ କଥାରେ ଆଚମ୍ବିତ ହୋଇପଡିଥିଲେ ସମସ୍ତେ । ନିଜେ ମୋହନ ବି ଟିକିଏ ପୂର୍ବରୁ ପଚାରି ବୁଝୁଥିଲେ କିଏ ହେବ ମୁଖ୍ୟମନ୍ତ୍ରୀ । କାହାକୁ ମିଳିବ କେଉଁ ବିଭାଗ । ହେଲେ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ସେତେବେଲେ ସସପେନ୍ସ ହଟିଥିଲା, ଯେତେବେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମୋହନ ଯାଦବଙ୍କ ନାମ ଘୋଷଣା କରିଥିଲେ । ଆଉ ଠିକ ଏତିବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଖୋଦ ମୋହନ ଙ୍କ ସମେତ ଉପସ୍ଥିତ ବିଜେପି କର୍ମକର୍ତା ।

ପରେ ଶିବରାଜ ସିଂ ଚୌହ୍ୱାନ ତାଙ୍କୁ ପୁଷ୍ପଗୁଛ ଦେଇ ଜଣାଇଥିଲେ ସମ୍ବର୍ଧନା । ତେବେ ଏଠାରେ କହିରଖୁଛୁ, ସବୁ ସସପେନ୍ସ ହଟାଇ ମୋହନ ଯାଦବ ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଉଜୈନର ବିଧାୟକ ହେଉଛନ୍ତି ମୋହନ । ଏଥରକୁ ମିଶାଇ ୩ଥରର ବିଧାୟକ । ତେବେ ୩ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଦ୍ୱନ୍ଦ୍ୱ ରହିଥିବା ବେଳେ ୨ଟି ରାଜ୍ୟରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ମୋଦି । ଫ୍ରେଶ ଚେହେରାକୁ ସାମ୍ନାକୁ ଆଣି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଉ ସବୁଠି ଆପ୍ଲାଏ ହେଉଛି ମୋଦି ଫର୍ମୁଲା । ଏହି କ୍ରମରେ ମଧ୍ୟପ୍ରଦେଶରେ ଦଳର ଅନ୍ୟତମ ବରିଷ୍ଠ ନେତା ୫୮ବର୍ଷୀୟ ମୋହନ ଯାଦବ ବେଶ ପରିଚିତ । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେବେ ଚର୍ଚ୍ଚାରେ ନଥିଲେ ।

ତେବେ ସେ ଯାହା ହେଉ, ଶେଷରେ ମୋହନ ପିନ୍ଧିଛନ୍ତି ମଧ୍ୟପ୍ରଦେଶର ତାଜ । ୩ପର୍ଯ୍ୟବେକ୍ଷକ ଓ ବିଧାୟକ ଦଳ ବୈଠକ ପରେ ମୋହନଙ୍କ ନାଁରେ ମୋହର ମାରିଛି ବିଜେପି । ଏନେଇ ଶିବରାଜ ସିଂ ଚୌହ୍ୱାନଙ୍କୁ ଦକ୍ଷିଣ ଉଜୈନର ବିଜେପି ବିଧାୟକଙ୍କ ନାମ ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଖଟର । ଏହି ସମୟରେ ଶେଷ ଧାଡିରେ ବସିଥିଲେ ମୋହନ । ଏବଂ ଶିବରାଜ ତାଙ୍କୁ କହିଥିଲେ ମୋହନ ଜୀ ଖଡେ ହୋ ଯାଏ । ଆଉ ଠିକ ଏହି ସମୟରେ ହିଁ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ବୋଲି ସମସ୍ତେ ଜାଣିଥିଲେ ଏବଂ ଆଚମ୍ବିତ ବି ହୋଇପଡିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com