
ଭୁବନେଶ୍ୱର , ତେନ୍ଦୁଲକର ଫ୍ୟାମିଲିରେ ହାଇପ୍ରୋଫାଇଲ୍ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ଅତିଥିଙ୍କୁ ନିମନ୍ତ୍ରଣପତ୍ର ବଣ୍ଟା ଆରମ୍ଭ ହେଲାଣି।
ଦେଶର ଭିଭିଆଇପି ଓ ବିଶିଷ୍ଟ ଅତିଥିଙ୍କୁ ଭେଟି ନିଜେ ସଚିବ ଓ ତାଙ୍କ ପରିବର ବିବାହ ପାଇଁ ନିମନ୍ତ୍ରଣ କରୁଛନ୍ତି।
ସଚିନ ଓ ପରିବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଦେଇଛନ୍ତି ଇନଭିଟେସନ୍।
ଏତିକିବେଳେ ସଚିନଙ୍କ ସହ ସାଙ୍ଗରେ ଥିଲେ ପତ୍ନୀ ଅଞ୍ଜଳି, ଝିଅ ସାରା, ପୁଅ ଅର୍ଜୁନ ଓ ଭାବି ବୋହୂ ସାନିଆ।
ଏମାନଙ୍କ ସହ ଶିଳ୍ପପତି ମୁକେଶ ଅମ୍ବାନୀ, ବଲିଉଡର ବହୁ ତାରକା ଓ କ୍ରିକେଟ ଦୁନିଆର ଅନେକ ସାଥୀଙ୍କୁ ବି ଦେଲେଣି ନିମନ୍ତ୍ରଣ ପତ୍ର।
ଅର୍ଜୁନ ତେନ୍ଦୁଲକର ସାନିଆ ଚାନ୍ଦୋକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।ବର ସାଜିବେ ପୁଅ ଅର୍ଜୁନ ତେନ୍ଦୁଲକର।




