ଜାତୀୟମନୋରଞ୍ଜନ

ଅଭିନେତ୍ରୀ ଶ୍ରୀଲୀଳାଙ୍କୁ MBBS ଡିଗ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଳାଙ୍କୁ MBBS ଡିଗ୍ରୀ । ମାତ୍ର ୨୪ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଛନ୍ତି। ମୁମ୍ବାଇର ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଶ୍ରୀଲୀଳାଙ୍କୁ MBBS ଡିଗ୍ରୀ ପ୍ରଦାନ କରାଯାଇଛି । ଶ୍ରୀଲୀଳା ଏକ ଏକ ମେରୁନ୍ ରଙ୍ଗର ଗାଉନ୍ ପିନ୍ଧି ଅନ୍ୟ ଛାତ୍ରଙ୍କ ପରି ଧାଡ଼ିରେ ଠିଆ ହୋଇଥିଲେ। ଯେତେବେଳେ ତାଙ୍କ ପାଳି ଆସିଲା, ଅଧ୍ୟାପକମାନେ ତାଙ୍କୁ ଡାକ୍ତର ଶ୍ରୀଲୀଳା ବୋଲି ସମ୍ବୋଧନ କରିଥିଲେ। ତା’ପରେ ସେ ମଞ୍ଚ ଉପରକୁ ଯାଇ ଅଧ୍ୟାପକଙ୍କଠାରୁ ଡିଗ୍ରୀ ଗ୍ରହଣ କରିଥିଲେ। ମୁମ୍ବାଇର DY ପାଟିଲ ବିଶ୍ୱବିଦ୍ୟାଳୟରୁ ସେ MBBS ଡିଗ୍ରୀ ହାସଲ କରିଛନ୍ତି।

ଶ୍ରୀଲୀଲା ୨୦୧୭ରେ ତେଲୁଗୁ ଫିଲ୍ମ “ଚିତ୍ରାଙ୍ଗଦା” ସହିତ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ୨୦୧୯ ଫିଲ୍ମ “କିସ୍”ରେ ନଜର ଆସିଥିଲେ । ସେହିବର୍ଷ ସେ “ଭାରତ” ଫିଲ୍ମ କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୭ ବର୍ଷ । ଶ୍ରୀଲୀଳା ଅଲ୍ଲୁ ଅର୍ଜୁନଙ୍କ “ପୁଷ୍ପା ୨: ଦି ରୁଲ୍”ରେ “କିସ୍କି”ର ଆଇଟମ୍ ଗୀତରେ ଡ୍ୟାନ୍ସ କରିଥିଲେ । ଯାହା ସମସ୍ତଙ୍କ ହୃଦୟ ଜିତିଥିଲା । ଏବେ ଏହି ଅଭିନେତ୍ରୀ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

 

Related Articles

Back to top button