
ଭୁବନେଶ୍ୱର ,ପୁରୀ ଜିଲ୍ଲା ଗୋପ ଥାନା ଷୋଳପୁର ସ୍ଥିତ ଅଡ଼ଙ୍ଗେଇ ଠାକୁରାଣୀ ମନ୍ଦିରରୁ ଚୋରି ଘଟଣାର, ଗୋଟିଏ ଦିନ ପରେ ଘଟିଛି ଏହି ସିରିଜ ଚୋରି।
ନାଗପୁର ମାଳିସାହି ନାରାୟଣୀ ମନ୍ଦିର ତାଲା ଭାଙ୍ଗି ମାଙ୍କ ରୁପା ମକୁଟ, ନାସା, ଆଖି ଓ ଦାନ ବାକ୍ସ ଭାଙ୍ଗି ଦୁର୍ବୁତ୍ତ ମାନେ ଟଙ୍କା ଚୋରି କରିଥିବା ଜଣାପଡିଛି।
ଠାକୁରଙ୍କ ସୁନା, ରୂପା ଅଳଙ୍କାର ସହ ମନ୍ଦିର ଦାନ ବାକ୍ସ ଲୁଟି ନେଲେ ଦୁର୍ବୃତ୍ତ।
ଏଭଳି ଚୋରି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ କିଏ ଏଭଳି କାଣ୍ଡ କରୁଛନ୍ତି ତାକୁ ନେଇ, ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଥିସହ ସହ ନିକଟସ୍ଥ ନେତପୁର ଗେଲବାଇ ମନ୍ଦିର, ମାଳିସାହି ବିମଳା ମନ୍ଦିର ଓ ପଦ୍ମପଡା ହରିସହଦେବ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ସହ ଦାନ ଟଙ୍କା ଲୁଟି ନେଇଛନ୍ତି ।




