ଓଡ଼ିଶା

ବସ୍‌ରେ ତାମିଲନାଡୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ୧୬ ଜଣଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ନବରଙ୍ଗପୁର() ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର । ତାମିଲନାଡୁକୁ ଚାଲାଣ ବେଳେ ୧୬ ଦାଦନ ଶ୍ରମିକ ଉଦ୍ଧାର । ଏମାନଙ୍କ ମଧ୍ୟରେ କିଛି ଯୁବତୀ ଓ କିଛି ନାବାଳିକା ଥିବା ଜଣାପଡିଛି । ନବରଙ୍ଗପୁର ପୋଲିସ, ଚାଇଲ୍ଡ ଲାଇନ, ଜିଲ୍ଲା ଶ୍ରମ ବିଭାଗର ମିଳିତ ଚଢ଼ାଉରେ ଏମାନଙ୍କୁ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ଜିଲ୍ଲାର କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରୁ ଏକ ଘରୋଇ ବସରେ ତାମିଲନାଡୁକୁ ପଠାଯାଉଥିଲା । ଶ୍ରମିକ ଚାଲାଣ ସୂଚନା ପାଇ ନବରଙ୍ଗପୁର ସଦର ଥାନା ସମ୍ମୁଖରେ ବସକୁ ଅଟକା ଯାଇଥିଲା ଚଢ଼ାଉ କରି ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ତାମିଲନାଡୁର ଶିରପୁରକୁ ଏକ ସୂତା କଳରେ କାମ କରିବାକୁ ଯାଉଥିବା ପୋଲିସ କହିଛି । ଯାଞ୍ଚ ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com