ଓଡ଼ିଶାରାଜନୀତି

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ

ଭୁବନେଶ୍ୱର ୧୩/୦୨/୨୦୨୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ରାଜନୀତିଜ୍ଞ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ କାହ୍ନଚରଣ ଲେଙ୍କା ଜଣେ ସାଧାରଣ କୃଷକ ପରିବାରରୁ ଆସି କେନ୍ଦ୍ର ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ନିଜ ସାଂଗଠନିକ ଦକ୍ଷତା, ସମାଜକଲ୍ୟାଣମୂଳକ କାର୍ଯ୍ୟ, ପରୋପକାରୀ ମନୋଭାବ ଯୋଗୁଁ ସେ ଜଣେ ଲୋକ ପ୍ରିୟର ଜନପ୍ରତିନିଧି ଭାବେ ସ୍ୱୀକୃତି ଲାଭ କରିଥିଲେ । ପୂର୍ବତଟ ରେଳବାଇର ବିକାଶ ଏବଂ କୃଷକମାନଙ୍କ କଲ୍ୟାଣ ଦିଗରେ ତାଙ୍କର କାର୍ଯ୍ୟ ଓ ନୀତି ନିର୍ଦ୍ଧାରଣ ତାଙ୍କୁ ଓଡ଼ିଶାର ଜନମାନସରେ ଚିରସ୍ମରଣୀୟ କରି ରଖିବ । ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ୱର୍ଗତ ଲେଙ୍କାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Related Articles

Back to top button