
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପ୍ରିଲରେ ଓଡ଼ିଶାରୁ ୪ଟି ଆସନ ଖାଲି ହେବ । ତେଣୁ ଆଶାୟୀମାନେ ଏ ନେଇ ଜୋରଦାର୍ ଲବି କରୁଛନ୍ତି । ଏହାରି ଭିତରେ B.J.D.ର ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନକୁ ସଭାପତି ବିଚାରକୁ ନେଲେ ଭଲ ହେବ । କେଉଁ ପାରାମିଟରରେ କିଏ ଆସୁଛିନ୍ତି ସଭାପତି ଚିନ୍ତା କରୁଥିବେ । ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି । ତେଣୁ ଆମେ ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦେଲେ ଭଲ ହେବ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ B.J.P. ୨ଟି ଏବଂ B.J.D. ଗୋଟିଏ ଆସନ ସହଜରେ ଅକ୍ତିଆର କରିପାରିବେ । କିନ୍ତୁ ଚତୁର୍ଥ ଆସନ କାହା ଖାତାକୁ ଯିବ ତାହା ଏବେ ଅସ୍ପଷ୍ଟ ରହିଛି । ତେବେ ଶାସକ B.J.P. ଏବଂ ମୁଖ୍ୟ ବିରୋଧୀ B.J.D. ଆଗାମୀ ଦିନରେ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଦେଖିବାର କଥା ।



