ଓଡ଼ିଶାରାଜନୀତି

କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ନୋଟିସ୍ । ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି। ଜାନୁଆରୀ ୨୩ରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଉପ-ରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ସେହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରହିଥିଲେ । ହେଲେ ସେଠାକୁ ଆସିନଥିଲେ ସାଂସଦ ଦେବାଶିଷ ସାମନ୍ତରାୟ । ପ୍ରୋଟୋକଲ ମୁତାବକ, ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ସସମ୍ମାନେ ନିମନ୍ତ୍ରଣ କରାଯିବାର ଥିଲା । କିନ୍ତୁ ତାହା କରାଗଲା ନାହିଁ ବୋଲି ଦେବାଶିଷ ଅଭିଯୋଗ କରିଥିଲେ ।

 

କଟକ ଜିଲ୍ଲାପାଳ ଏ ନେଇ ପ୍ରତିକ୍ରିୟା ରଖିଥିଲେ ମଧ୍ୟ ଦେବାଶିଷଙ୍କ ସମେତ ଅନ୍ୟ ବି.ଜେ.ଡି. ସାଂସଦ ସନ୍ତୁଷ୍ଟ ହୋଇନଥିଲେ । ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ ବି..ଜେଡି. । ସାଂସଦ ଦେବାଶିଷ ଓ ଅନ୍ୟ ୬ ଜଣ ସାଂସଦ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ସେପଟେ  ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ରାଜ୍ୟସଭା ସାଂସଦ ଗୋଟିଏ ରାଜ୍ୟକୁ ପ୍ରତିନିଧିତ୍ୱ କରନ୍ତି, କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ବା ନିର୍ବାଚନୀ କ୍ଷେତ୍ରରେ ସେମାନେ ସୀମିତ ନୁହନ୍ତି । ଏଭଳି କ୍ଷେତ୍ରରେ ପ୍ରୋଟୋକଲ ଉପରେ ତର୍ଜମା ହେବା ଆବଶ୍ୟକ ବୋଲି ଭର୍ତ୍ତୃହରି କହିଛନ୍ତି । ତେବେ ରାଜ୍ୟସଭା ସଚିବାଳୟରୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଆସିବା ପରେ କଟକ ଜିଲ୍ଲାପାଳଙ୍କ ପାଇଁ ଅଡୁଆ ବଢ଼ିଛି । ଆଗକୁ ଏହି ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାର କଥା ।

 

Related Articles

Back to top button