ଓଡ଼ିଶାଜୀବନଶୈଳୀ

ରାଜ୍ୟର ବିଭିନ୍ନ ସ୍ଥାନ ରେ ଘନ କୁହୁଡ଼ି

ଭୁବନେଶ୍ୱର ,ସକାଳୁ ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି।

ପ୍ରବଳ କୁହୁଡିରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଥିଲା।

୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ କ୍ଷମତା ଶୂନ ରହିଛି। ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି।

ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେପଟେ ଘନ କୁହୁଡି ଯୋଗୁଁ ଆଜି ପୁରୀ ଶ୍ରୀମନ୍ଦିର ମଧ୍ୟ ଲୁଚି ଯାଇଛି।

ପ୍ରବଳ କୁହୁଡ଼ି ଯୋଗୁଁ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି। କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା କଷ୍ଟକର ହୋଇପଡିଛି।

Related Articles

Back to top button