
ଭୁବନେଶ୍ୱର,ପଶ୍ଚିମବଙ୍ଗରେ ନୂଆ ଯୋଜନା ଆରମ୍ଭ କରିଛନ୍ତି ମମତା ସରକାର ।। ସରକାର ମାସକୁ ଦେବେ ୧୫ ଶହ ଟଙ୍କା । ନିର୍ବାଚନ ପୂର୍ବରୁ ଚମକାଇଲା ମମତାଙ୍କ ଯୋଜନା ।ରାଜ୍ୟରେ ବେକାର ଥିବା ଯୁବକ-ଯୁବତୀଙ୍କ ପାଇଁ ‘ବାଂଲାର ଯୁବ ସାଥୀ’ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ, ୨୧ରୁ ୪୦ ବର୍ଷ ବୟସର ବେକାର ଯୁବକ-ଯୁବତୀମାନେ ପ୍ରତି ମାସ ୧୫ ଶହ ଟଙ୍କା ପାଇପାରିବେ । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ଯୋଜନା କରାଯାଇଥିବା କହିଛନ୍ତି ମମତା ସରକାର । ପଶ୍ଚିମବଙ୍ଗର ସମସ୍ତ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଯୋଜନାରେ ପଞ୍ଜିକୃତ ପାଇଁ ଶିବିର ଖୋଲାଯାଇଛି । ଆବେଦନ କରିବାକୁ ଯୁବକ ଯୁବତୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।ଫେବ୍ରୁଆରୀରୁ ୧୫ରୁ ଏଥି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଏହା ୨୬ ତାରିଖ ଯାଏଁ ଚାଲୁ ରହିବ । ଏହି ଯୋଜନାର ଲକ୍ଷ ହେଉଛି, ବେକାର ଯୁବକ ଯୁବତୀମାନଙ୍କୁ ସହାୟତା ଓ ଆଗକୁ ବଢ଼ିବାକୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହଯୋଗ । ଏପ୍ରିଲ ୧ରୁ ଏହି ନୂଆ ଯୋଜନା ଟଙ୍କା ମିଳିବ । ହିତାଧିକାରୀମାନେ ଯେଯାଏଁ ନିଯୁକ୍ତି ନପାଇଛନ୍ତି ସେଯାଏଁ ୧୫ ଶହ ଟଙ୍କା ପାଇପାରିବେ । ସାରା ରାଜ୍ୟର ପ୍ରାୟ ୨୭ରୁ ୨୮ ଲକ୍ଷ ଯୁବକ ଯୁବତୀ ଏହି ଯୋଜନା ପାଇଁ ଯୋଗ୍ୟ ହୋଇପାରନ୍ତି ବୋଲି କୁହାଯାଉଛି ।




