
ଭୁବନେଶ୍ବର,୧୯.୦୨.୨୬: ରାଜ୍ୟ ଅର୍ଥନୀତିରେ ବଡ଼ ଉନ୍ନତି ପରିଲକ୍ଷିତ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଅର୍ଥନୀତି ଆଗାମୀ ବର୍ଷରେ ନୂତନ ଶିଖର ଛୁଇଁବା ସମ୍ଭାବନା ଦେଖିବାକୁ ମିଳିଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଆର୍ଥିକ ସର୍ଭେକ୍ଷେଣ ରିପୋର୍ଟ ଅନୁସାରେ ରାଜ୍ୟର ଅଭିବୃଦ୍ଧି ହାର ଦେଶର ହାର ଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି ।
ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବ ବୋଲି ଅର୍ଥନୀତି ବିଶାରଦ ଅନୁମାନ କରିଛନ୍ତି, ଯାହା ଭାରତର ହାରାହାରି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଠାରୁ ଅଧିକ .୫ ପ୍ରତିଶତ ଅଧିକ । ବର୍ତ୍ତମାନ ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି । ସେହିପରି ଓଡ଼ିଶାର ଜିଡିପି ୨୦୨୫-୨୬ ବର୍ଷରେ ପ୍ରାୟ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।




