
ଭୁବନେଶ୍ୱର ,ଆଜି EnglishExam ଦେବେ,ମାଟ୍ରିକ୍ ପରୀକ୍ଷାର ଦ୍ବିତୀୟ ରେ ଦିନ ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ।
ରାଜ୍ୟର ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ସେଣ୍ଟର ରହିଛି। ଗତ ୧୯ ତାରିଖରେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଶେଷ ହୋଇଛି।
ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋର୍ଡ ଓ ଗଣଶିକ୍ଷା ବିଭାଗ।
ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ, ୮ଟା ୧୫ ମିନିଟରେ ଗେଟ୍ ଖୋଲାଯିବ।
ପରୀକ୍ଷା ପରିଚାଳନାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ।
କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା।




