ଅନ୍ତର୍ଜାତୀୟଜୀବନଶୈଳୀ

ଧ୍ୱଂସାବଶେଷରେ ପରିଣତ ହେଲାଣି ଉଭୟ ଦେଶ

ଭୁବନେଶ୍ୱର ,ୟୁକ୍ରେନ୍ ସହ ରୁଷର ଯୁଦ୍ଧ ୨୦୨୨ ମସିହାରୁ ଜାରି ରହିଛି। ଏହି ଯୁଦ୍ଧରେ ଅଦ୍ୟାବଧି ୟୁକ୍ରେନ୍ ର ୫୫,୦୦୦ ସୈନ୍ୟ ନିହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସ୍ବୀକାର କରିଛନ୍ତି। ସେପଟେ ଜାତିସଂଘର ଆକଳନ ଅନୁଯାୟୀ, ଯୁଦ୍ଧରେ ଯାଏଁ ୟୁକ୍ରେନରେ ଦେଢ଼ ଲକ୍ଷରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରାୟ ୫୯ ଲକ୍ଷରୁ ଅଧିକ ଲୋକ ଦେଶ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୫୪ ଲକ୍ଷ ବିଭିନ୍ନ ୟୁରୋପୀୟ ଦେଶରେ ଆଶ୍ରୟ ନେଇଛନ୍ତି। ପ୍ରାୟ ୪୪% ଶରଣାର୍ଥୀ ମହିଳା ଏବଂ ୩୦% ଶିଶୁ ରହିଛନ୍ତି।ଯୁଦ୍ଧ ବିରତିକୁ ନେଇ ବଡ ସର୍ତ୍ତ ରଖିଛି ୟୁକ୍ରେନ୍ । ଜେଲେନସ୍କି କହିଛନ୍ତି, ମତେ ଏକ ପ୍ରତିଶ୍ରୁତି ଦିଆଯାଉ, ଯଦି ଭବିଷ୍ୟତରେ ଋଷ ପୁଣି ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ଏବଂ ତାର ଅନ୍ୟ ସହଯୋଗୀ ରାଷ୍ଟ୍ର ୟୁକ୍ରେନର ସାଥ ଦେବେ । କିନ୍ତୁ ୟୁକ୍ରେନର ଏହି ସର୍ତ୍ତ ଉପରେ କୌଣସି ପ୍ରତିକ୍ରିୟା ରଖିନି ଆମେରିକା । ଅନ୍ୟପଟେ, ଋଷ ସ୍ପଷ୍ଟ କରି କହିଛି, କୌଣସି ପରିସ୍ଥିତିରେ ଅସ୍ଥାୟୀ ଯୁଦ୍ଧବିରତି ଚାହେଁ ନାହିଁ।ଆଜି ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୪ ବର୍ଷ। ଧ୍ୱଂସାବଶେଷରେ ପରିଣତ ହେଲେଣି ଉଭୟ ଦେଶ।

Related Articles

Back to top button