ଓଡ଼ିଶାଦୁର୍ନୀତି

ଖଣି ଉପ-ନିର୍ଦ୍ଦେଶକଙ୍କ ଘରୁ ୪ କୋଟି ଠାବ ଘଟଣା: ତଥ୍ୟ ମାଗିଲା ED ଓ ଆୟକର ବିଭାଗ

ଭୁବନେଶ୍ୱର,୨୬/୦୨/୨୦୨୬: ଭୁବନେଶ୍ୱର ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ଏବେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ବାସଭବନରୁ ନଗଦ ୪.୨୭ କୋଟି ଟଙ୍କା ଜବତ ହୋଇଥିଲା। ଏହି ଘଟଣାକୁ ନେଇ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସକ୍ରିୟ ହୋଇଛି ଏବଂ ଦେବବ୍ରତଙ୍କ ସମ୍ପତ୍ତିର ସମସ୍ତ ବିବରଣୀ ଭିଜିଲାନ୍ସ ନିକଟରୁ ମାଗିଛି। ତଥ୍ୟ ହସ୍ତଗତ ହେବା ପରେ ED ଏହି ମାମଲାରେ ଆର୍ଥିକ କାରବାରର ଗଭୀର ଖୋଳତାଡ଼ କରିବ। କେବଳ ED ନୁହେଁ, ବରଂ ଆୟକର ବିଭାଗ ମଧ୍ୟ ଏହି କଳାଧନର ଉତ୍ସ ଖୋଜିବା ପାଇଁ ଭିଜିଲାନ୍ସ ନିକଟରୁ ସମସ୍ତ ରିପୋର୍ଟ ଲୋଡ଼ିଛି।

ଅନ୍ୟପଟେ, ଏହି ଦୁର୍ନୀତିର ଗୁମର ଖୋଲିବା ପାଇଁ ଭିଜିଲାନ୍ସ ବିଭାଗ ଦେବବ୍ରତଙ୍କୁ ଅଧିକ ଜେରା କରିବାକୁ ପ୍ରସ୍ତୁତି କରିଛି। ଦେବବ୍ରତ ମହାନ୍ତିଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆଜି ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଆବେଦନ କରାଯିବ। ଏହି ରିମାଣ୍ଡ ସମୟରେ ତାଙ୍କର ଅନ୍ୟ ବେନାମୀ ସମ୍ପତ୍ତି ଏବଂ ଏହି ବଡ଼ ଧରଣର ଆର୍ଥିକ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଏହି ତତ୍ପରତା ଦେବବ୍ରତଙ୍କ ଅସୁବିଧାକୁ ଆହୁରି ବଢ଼ାଇ ଦେଇଛି।

Related Articles

Back to top button