ଜାତୀୟରାଜନୀତି

ଡିଏମକେରେ ଯୋଗ ଦେଇଛନ୍ତି ପନିରସେଲଭମ୍ ।

ଭୁବନେଶ୍ୱର ,ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍ ଡିଏମକେରେ, ଯୋଗ ଦେଇଛନ୍ତି।ପନିରସେଲଭମ୍ ଡିଏମକେରେ ସାମିଲ ହେବା ପରେ ଡିଏମକେ କର୍ମୀ ଅଭିଷେକ, ଖୁସି ବ୍ୟକ୍ତ କରି ସାମାଜିକ ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ ଏବେ ମଜଭୁତ ଅଛୁ, ଆଗକୁ ଆହୁରି ମଜଭୁତ ହେବୁ। ଲୋକମାନେ ଏହା ପ୍ରମାଣ କରୁଛନ୍ତି ଯେ ଆମେ ପୁଣି ମଜଭୁତ ସରକାର ଗଢିବାକୁ ଯାଉଛୁ।’
ପନିରସେଲଭମ୍ ଏଆଇଏଡିଏମକେ ନେତା ଜୟଲଳିତାଙ୍କ ସବୁଠାରୁ ବିଶ୍ବସ୍ତ ତାଲିକାରେ ସାମିଲ ଥିଲେ। ଯେବେ ୨୦୦୧ରେ ଜୟଲଳିତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ, ପଡିଥିଲା ସେବେ ଉତ୍ତରାଧିକାରୀ ରୂପେ ପନିରସେଲଭମଙ୍କୁ, ସେ ମନୋନୀତ କରିଥିଲେ। ସେ ୨୧ ସେପ୍ଟେମ୍ବର ୨୦୦୧ରୁ ୨ ମାର୍ଚ୍ଚ ୨୦୦୨ ପ୍ରାୟ ୬ ମାସ ଧରି ପ୍ରଥମ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ।୧୯୭୩ରେ ଏମ.ଜି. ରାମଚନ୍ଦ୍ରନ ଡିଏମକେରୁ ଅଲଗା ହୋଇ ଏଆଇଏଡିଏମକେ ଦଳ ଗଢିବା ସମୟରେ ପନିରସେଲଭମ୍ ଦଳରେ ନିଜ ରାଜନୈତିକ, କ୍ୟାରିୟର ଆରମ୍ଭ କରିଥିଲେ। ଦଳରେ ସାମିଲ ହୋଇ ସେ ୫ ଥର ବିଧାୟକ ହୋଇଥିଲେ। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ନେତାଙ୍କ ଜରିଆରେ ଏଆଇଏଡିଏମକେକୁ ଫେରିବାକୁ ଚେଷ୍ଟା କରିଥିଲେ।

Related Articles

Back to top button