ସୁନା ଏବଂ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ।

ଭୁବନେଶ୍ୱର ,୨୦୨୬, ମାର୍ଚ୍ଚ ,୧ ରେ ଦେଶରେ ସୁନା ମୂଲ୍ୟ ରେକର୍ଡ ସର୍ବାଧିକ ପାଖାପାଖି ପହଞ୍ଚିଥିଲା। ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରୁଛି। ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଆଗାମୀ ଦିନରେ ସୁନା ଏବଂ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ।ବିଶ୍ୱବ୍ୟାପୀ ନିବେଶକମାନେ, ସଙ୍କଟ ସମୟରେ ସୁନାକୁ ସବୁଠାରୁ ନିରାପଦ ନିବେଶ ବୋଲି, ବିବେଚନା କରନ୍ତି। ମଧ୍ୟପ୍ରାଚ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଖବର, ବ୍ୟବସାୟୀମାନଙ୍କୁ ସତର୍କ କରିଦେଇଛି। ଆଜି ସୁନା ମୂଲ୍ୟ ୨୪ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ୧୬,୮୭୧, ୨୨ କ୍ୟାରେଟ୍ ସୁନା ପାଇଁ ୧୫,୪୬୩ ଏବଂ ୧୮ କ୍ୟାରେଟ୍ ସୁନା ପାଇଁ ୧୨,୬୫୩ ରେକର୍ଡ କରାଯାଇଥିଲା। ଏମସିଏକ୍ସ ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୧୬,୧୫୮ ଏବଂ ପ୍ରତି ୧୦ ଗ୍ରାମ ୧୬୧,୫୮୦ ରହିଛି। ଆଜି ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧ ଲକ୍ଷ ୬୮ ହଜାର ୭୧୦ ଟଙ୍କା ରହିଛି। ଏବଂ ରୁପା ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ ୨୦ ହଜାର ଟଙ୍କା ରହିଛି ।




