ଅପରାଧଓଡ଼ିଶା

ପୋଲିସ ହାତରେ ଧରାପଡ଼ିଲା ଚତୁର ଲୁଟେରା

ମୋବାଇଲ ନ୍ୟୁଜ 24X7 ବ୍ୟୁରୋ;  ପୋଲିସ ହାତରେ ଧରାପଡ଼ିଲା ଚଲାକିଆ ହାଇୱେ ଲୁଟେରା । କାରରେ ଆସୁଥିଲା, ଆଉ ନିଛାଟିଆ ଜାଗା ଦେଖି ଗାଡ଼ି ଆଗରେ ଗାଡ଼ି ରଖି କାହିଁକି ସାଇଡ୍ ମାରିଲ କହି ଯୁକ୍ତି କରୁଥିଲା । ଆଉ ତା’ପରେ ଭୁଜାଲି ଦେଖାଇ ଲୁଟୁଥିଲା । ଏଭଳି ଏକ ଲୁଟେରାକୁ ଧରିବାରେ ସମର୍ଥ ହୋଇଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପୋଲିସ ।

 

କିଛିଦିନ ପୂର୍ବେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଦୁଇଟି ସମାନ ଢଙ୍ଗରେ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ସାଲେପୁର S.D.P.O. ବିରଞ୍ଚି ନାରାୟଣ ପତିଙ୍କ ନିର୍ଦ୍ଦେଶରେ ଥାନାଧିକାରିଣୀ ଅନିତା ସ୍ୱାଇଁ ଏବଂ ତାଙ୍କ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲେ । ବିଭିନ୍ନ ରାଜ୍ୟକୁ ଯାଇ ଆତ୍ମଗୋପନ କରୁଥିବାରୁ ତାକୁ ଧରିବା ସମ୍ଭବ ହେଉନଥିଲା । ଶେଷରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ସହ ଜଗତସିଂହପୁର ସିଙ୍ଗାରପୁର ଅଞ୍ଚଳରୁ ଅଭିଯୁକ୍ତ ଲୁଟେରା ପପୁ ସିଂକୁ ଗିରଫ କରାଯାଇଛି । ତା’ ଠାରୁ ଏକ କାର, ସ୍କୁଟି ସହ ୧୫ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଏବଂ ଗୋଟିଏ ଭୁଜାଲି ଜବତ କରାଯାଇଛି।ଏ ନେଇ ନିଶ୍ଚିନ୍ତକୋଇଲି ଥାନାରେ ପ୍ରେସମିଟରେ ସୂଚନା ଦେଇଛନ୍ତି ସାଲେପୁର S.D.P.O. ।

 

Related Articles

Back to top button