
ଭୁବନେଶ୍ୱର ,ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଜଣାପଡ଼ିଛି ଯେ, ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ ମେ’ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇପାରେ।
ଏନେଇ ସୂଚନା ଦେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ମୂଲ୍ୟାଙ୍କନ ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି।
OMR ଖାତା ଦେଖା କାମ ଆରମ୍ଭ ହୋଇ ସାରିଥିବା ବେଳେ, ଆସନ୍ତା ୧୯ ତାରିଖରୁ ସବଜେକ୍ଟିଭ୍ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପ୍ରାୟ ୧୫ ହଜାର ନୀରୀକ୍ଷକଙ୍କୁ ଏହି କାମରେ ନିଯୁକ୍ତ କରାଯାଇଛି।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଫଳାଫଳ ପ୍ରକାଶ ପୂର୍ବରୁ ସମସ୍ତ ପ୍ରକ୍ରିୟା ସଠିକ୍ ଭାବେ ଯାଞ୍ଚ କରାଯିବ ।




