
ଭୁବନେଶ୍ୱର, ୦୫/୦୩/୨୦୨୬: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି | ଏହି ଅବସରରେ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଠାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
ପରେ ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଦଳ ସବୁବେଳେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢୁଛି । ବିଜୁ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଦଳ ସର୍ବଦା କାମ କରିବ । ବିଜୁ ବାବୁଙ୍କ ଅବଦାନ ଆଗାମୀ ପୀଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ ।
ଏହି ସଭାରେ ଉପସ୍ଥିତ ବରିଷ୍ଠ ନେତା, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ, ଆଦର୍ଶ ଓ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ତାଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ କାମ କରିବାକୁ ସଂକଳ୍ପ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମିଶ୍ର, ସଂତୃପ୍ତ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଅରୁଣ କୁମାର ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ସୁଲୋଚନା ଦାସ, ବଦି୍ର ନାରାୟଣ ପାତ୍ର, ବ୍ୟୋମକେଶ ରାୟ, କଳିକେଶ ନାରାୟଣ ସିଂହଦେଓ, ଗଣେଶ୍ୱର ବେହେରା, ସସ୍ମିତ ପାତ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ମୁଜିବୁଲା ଖାନ୍, ମଞ୍ଜୁଲତା କହଁର, ଚିନ୍ମୟ ସାହୁ, ଇପ୍ସୀତା ସାହୁ, ବିଜୟ ନାୟକ, ଡ଼ ଲେନିନ ମହାନ୍ତି, ଡ଼ ପି୍ରୟବ୍ରତ ମାଝୀ, ପ୍ରଣବ ବଳବନ୍ତରାୟ, ଭୃଗୁ ବକ୍ସିପାତ୍ର, ସୁମିତ୍ରା ଜେନା, ଗୀତା ବସ୍ତିଆ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ, ନଳୀନିକାନ୍ତ ପ୍ରଧାନ, ଅଶ୍ୱିନୀ କୁମାର ପାତ୍ର, ଗୌତମବୁଦ୍ଧ ଦାସ, ସୁଭାସିନୀ ଜେନା, ମାଧବ ଧଡ଼ା, ବର୍ଷା ସିଂ ବରିହା, ସଞ୍ଜୀବ କୁମାର ମଲ୍ଲିକ, ଦେବୀ ରଞ୍ଜନ ତି୍ରପାଠୀ, ପ୍ରଶାନ୍ତ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୁପେଶ ପାଣିଗ୍ରାହୀ, ରମାକାନ୍ତ ଭୋଇ, ସାରଦା ପ୍ରସନ୍ନ ଜେନା, ବିଶ୍ୱରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରଦୀପ କୁମାର ଦିଶାରୀ, ମନୋରମା ମହାନ୍ତି, ଚକ୍ରମଣୀ କହଁର, ଧ୍ରୁବ ଚରଣ ସାହୁ, ଅଭିମନୁ୍ୟ ସେଠୀ, ନବକିଶୋର ମଲ୍ଲିକ, ବିଭୂତି ଭୂଷଣ ବଳବନ୍ତରାୟ, ପ୍ରଦୀପ କୁମାର ସାହୁ, ମନୋହର ରନ୍ଧାରୀ, ରମେଶ ଚନ୍ଦ୍ର ବେହେରା, ଅଧିରାଜ ମୋହନ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ସୁନିଲ କୁମାର ମହାନ୍ତି, ସୁଦର୍ଶନ ହରିପାଲ, ଯୋଗେଶ କୁମାର ସିଂ, ରୋହିତ ଯୋଶେଫ ତିର୍କୀ, ଲୋପାମୁଦ୍ରା ବକ୍ସିପାତ୍ର, ମୀନତି ବେହେରା, ଚନ୍ଦ୍ରସାରଥୀ ବେହେରା, ରିଜୱାନ ବେଗମ, ଶେଖ୍ ନିଜାମୁଦ୍ଦୀନଙ୍କ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ ।




