ଓଡ଼ିଶାରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନ ଦାଖଲ

ଭୁବନେଶ୍ୱର,୦୫/୦୩/୨୦୨୬: ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀମାନେ ଆଜି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଦଳର ବରିଷ୍ଠ ନେତା ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ବିଜୁ ଜନତା ଦଳ (BJD) ପକ୍ଷରୁ ସଂତୃପ୍ତ ମିଶ୍ର ନିଜର ନାମାଙ୍କନ ଭରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।

ଏହି ନିର୍ବାଚନ ପ୍ରକ୍ରିୟାରେ ସ୍ବାଧୀନ ପ୍ରାର୍ଥୀଙ୍କ ଏଣ୍ଟ୍ରି ମାହୋଲକୁ ଅଧିକ ରୋଚକ କରିଛି। ବରିଷ୍ଠ ନେତା ଦିଲୀପ ରାୟ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିବେ। ତାଙ୍କର ଏହି ନିଷ୍ପତ୍ତି ରାଜ୍ୟସଭା ଗଣିତରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ, ଡାକ୍ତର ଦତ୍ତେଶ୍ବର ହୋତା ମଧ୍ୟ ଆଜି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଡାକ୍ତର ହୋତାଙ୍କୁ ଉଭୟ ବିଜେଡି ଏବଂ କଂଗ୍ରେସ ସମର୍ଥନ କରୁଛନ୍ତି। ଦୁଇ ପ୍ରମୁଖ ଦଳ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଆଜି ନାମାଙ୍କନ ଦାଖଲ ପରେ କାହାର ପଲା ଭାରି ରହୁଛି, ତାହା ଦେଖିବାକୁ ବାକି ରହିଲା।

Related Articles

Back to top button