କ୍ରୀଡ଼ା

ଫାଇନାଲ ଖେଳିବେନି ଅଭିଷେକ ଶର୍ମା !

ଭୁବନେଶ୍ୱର,୦୬/୦୩/୨୦୨୬: ରବିବାର ମହାମୁକାବିଲା ପୂର୍ବରୁ ସାରା ଭାରତରେ ଏବେ କମ୍ପନ! ଗୋଟିଏ ପଟେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ୍‌ ଟ୍ରଫି ପାଇଁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ, ଅନ୍ୟପଟେ ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶକୁ ନେଇ ଆରମ୍ଭ ହୋଇଛି ବିରାଟ ସସପେନ୍ସ।

ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରେ ଲାଗିଛି ଗ୍ରହଣ। ଯେଉଁ ଖେଳାଳିଙ୍କୁ ନେଇ ଦେଶବାସୀ ଆଶା ବାନ୍ଧିଥିଲେ, ସେ ଚଳିତ ବିଶ୍ୱକପ୍‌ର ୭ଟି ମ୍ୟାଚରେ ମାତ୍ର ୮୯ ରନ୍ କରି ସମସ୍ତଙ୍କୁ ନିରାଶ କରିଛନ୍ତି। ସେମିଫାଇନାଲରେ ଇଂଲଣ୍ଡ ବିରୋଧରେ ମାତ୍ର ୯ ରନ୍ କରି ପ୍ୟାଭିଲିୟନ ଫେରିବା ପରେ, ଚୟନକର୍ତ୍ତାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଛି। କୁହାଯାଉଛି, ଫାଇନାଲ ଭଳି ହାଇ-ଭୋଲଟେଜ୍ ମ୍ୟାଚରେ ଅଭିଷେକଙ୍କୁ ବେଞ୍ଚରେ ବସାଇବାକୁ ସୂର୍ଯ୍ୟକୁମାର ଯାଦବ ବଡ଼ ନିଷ୍ପତ୍ତି ନେଇପାରନ୍ତି!

ଯଦି ଅଭିଷେକ ଶର୍ମା ଫାଇନାଲରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କ ସ୍ଥାନରେ ରିଙ୍କୁ ସିଂ, କୁଲଦୀପ ଯାଦବଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ମିଳିପାରେ। ସବୁଠାରୁ ବଡ଼ କଥା ହେଉଛି, ଯଦି ଅଭିଷେକ ଖେଳିବେ ନାହିଁ, ତେବେ ଇଶାନ କିଶନଙ୍କୁ ଓପନିଂ କରିବାର ଗୁରୁ ଦାୟିତ୍ୱ ମିଳିପାରେ।

ଏହି ସମ୍ଭାବ୍ୟ ଦଳରେ ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଜସପ୍ରୀତ ବୁମରାଙ୍କ ଭଳି ମ୍ୟାଚ୍ ୱିନର ରହିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଅଭିଷେକଙ୍କ ଭଳି ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ବାଦ୍ ଦେବା ଭାରତ ପାଇଁ ଲାଭଦାୟକ ହେବ ନା ବିପଦ? ରବିବାର ଦିନ ଅହମ୍ମଦାବାଦରେ ମେନ ଇନ ବ୍ଲୁ ବିଶ୍ୱବିଜୟୀ ହୋଇପାରିବ?

Related Articles

Back to top button