ଅନ୍ତର୍ଜାତୀୟଶିକ୍ଷା

CBSE ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ/ଦୁବାଇ, ୦୬ ମାର୍ଚ୍ଚ ୨୦୨୬: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି। ସାମ୍ପ୍ରତିକ ଅସ୍ଥିରତା ଯୋଗୁଁ ସେଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିରେ ରଖି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି।

ଏହା ସହିତ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ଦୁଇ (+୨) ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ, CBSE ର ଏହି ନିର୍ଦ୍ଦେଶାବଳୀ ମଧ୍ୟପ୍ରାଚ୍ୟର ୭ଟି ପ୍ରଭାବିତ ଦେଶରେ ଲାଗୁ ହେବ। ପରୀକ୍ଷାର୍ଥୀ ଓ ଅଭିଭାବକମାନେ ପରବର୍ତ୍ତୀ ସୂଚନା ପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button