
ଭୁବନେଶ୍ୱର ,ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏଭଳି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ- ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାକି ସମୁଦ୍ର ପତନଠାରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ତାପ୍ରଭାବରେ ସୋମବାର ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ବିଜୁଳି ଘଡ଼ଘଡ଼ି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବି ବହିପାରେ। ଆସନ୍ତାକାଲି ପାଇଁ ଉପକୂଳରୁ ଉତ୍ତର ଓ ପଶ୍ଚିମ ସହ କେନ୍ଦ୍ର ଓଡ଼ିଶାର ୨୩ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।ରାଜ୍ୟକୁ ଦୁଇ ଦିନ ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଛେଚିପାରେ ବର୍ଷା। ସ୍ଥାନେ ସ୍ଥାନେ କୁଆପଥର ମାଡ଼ ସାଙ୍ଗକୁ ଘଣ୍ଟାକୁ ୪୦ କିଲୋମିଟର ବେଗରେ ପବନ ବି ବହିବ। ଆଜି ପାଇଁ ରାଜ୍ୟର ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।




