ଓଡ଼ିଶା

ଫଟୋଗ୍ରାଫର ମାନସ ମର୍ଡର ମିଷ୍ଟ୍ରୀ : ଚାନ୍ଦବାଲିରୁ ରଣପୁର ଭାୟା ଭୁବନେଶ୍ୱର, ସାଙ୍ଘାତିକ ଷଡଯନ୍ତ୍ର

ଭୁବନେଶ୍ୱର :  ଫଟୋଗ୍ରାଫର ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରୀ । ଏହି ହତ୍ୟା ମାମଲାରେ ପଦାକୁ ଆସୁଛି ଅନେକ ଚାଞ୍ଚଲ୍ୟକର ତଥ୍ୟ । ଫଟୋଗ୍ରାଫରଙ୍କ ହତ୍ୟା ପଛରେ ଓ୍ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ପୋଲିସ ଏବେବି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ ପାଇଁ କାର୍ଯ୍ୟରେ ଲଗାଇଥିଲେ ।କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମର ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ । ଏହାପରେ ମାନସ ସେଠାରୁ କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ମାନସଙ୍କୁ ଖୋଜାଖୋଜି କରିଥିଲେ ପୋର୍ଟାଲ ମାଲିକାଣୀ  । ପରେ ଜଣାପଡ଼ିଥିଲା ମାନସ  ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ସେଠାରୁ ତାଙ୍କୁ ଉଠାଇ ଆଣି ଭୁବନେଶ୍ବର ସ୍ଥିତ ଏକ ବୃଦ୍ଧାଶ୍ରମକୁ ଆଣିଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସେପଟେ ମାନସ ନିଖୋଜ ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । ଏହାସହ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଖୋଳିବା ସହ ଶବକୁ ଜବତ କରିଛି । ୱେବ ପୋର୍ଟାଲ ମାଲିକାଣୀ ଏବେବି ଫେରାର ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com