
ଭୁବେନଶ୍ୱର,କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଆଜି ସକାଳୁଭୁବେନଶ୍ୱରରେ, ହୋଇଛି ଆୟକର ରେଡ। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରେଷ୍ଟୁରାଣ୍ଟରେ ଯାଞ୍ଚ କରିଛି IT ଟିମ୍। ଗତକାଲିଠାରୁ ଚାଲିଥିବା ଏହି ରେଡ୍ ଶେଷ ହୋଇଛି। ଆଜି ରେଷ୍ଟୁରାଣ୍ଟ ମାଲିକ ଅଭୟ ନାୟକଙ୍କ ଘରେ IT ରେଡ୍ କରାଯାଇଥିଲା। ପୁରୀ, କଟକ, ଭୁବନେଶ୍ବର ସ୍ଥିତ ୬ଟି ସ୍ଥାନରେ ରେଡ୍ କରିଥିଲା, ଆୟକର ବିଭାଗ।ରେଷ୍ଟୁରାଣ୍ଟ ପକ୍ଷରୁ ପୂରାପୂରି କ୍ୟାସ୍ ରେ କାରବାର ହେଉଛି। ଅନଲାଇନ୍ ଟ୍ରାଞ୍ଜାକସନ୍ ହେଉ ନ ଥିବା ବେଳେ ତାହାକୁ ରେଷ୍ଟୁରାଣ୍ଟ ନିଜ ଅଡିଟରେ ଦେଖାଉନାହାନ୍ତି। ଫଳରେ ସେମାନେ କୋଟି କୋଟି ଟଙ୍କାର ବେପାର, କରୁଥିବା ବେଳେ କ୍ଷତିରେ ବେପାର ହେଉଥିବା ଦର୍ଶାଉଛନ୍ତି। ଏହା କରି ସେମାନେ ବର୍ଷ ବର୍ଷ ହେଲାଣି ସରକାରଙ୍କୁ କୋଟି କୋଟି ଟଙ୍କାର ଟିକସ ଫାଙ୍କିବାରେ ବ୍ୟସ୍ତ। ଅଭୟଙ୍କ ରଘୁନାଥପୁର ଘର, ପଟିଆରେ ଥିବା ରେଷ୍ଟୁରାଣ୍ଟ, ପୁରୀରେ ଥିବା ଏକ୍ସପ୍ରେସ ଲାଉଁଜ ଓ କଟକରେ ଥିବା ସ୍ପାଇସ୍ ଭିଲେଜ ଉପରେ, ରେଡ୍ କରାଯାଇଥିଲା। ପେଟପୂଜା ଆପ ଜରିଆରେ କୋଟି କୋଟି ଟଙ୍କା ଆୟକର ଫାଙ୍କିବା ଅଭିଯୋଗରେ ହୋଇଥିଲା ଏହି ରେଡ୍।




