ଅନ୍ତର୍ଜାତୀୟଜୀବନଶୈଳୀ

ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (IEA) ସହାୟତାର ହାତ ବଢାଇଛି।

ଭୁବନେଶ୍ୱର,ସମଗ୍ର ବିଶ୍ବରେ ତୈଳ ସଂକଟ ଦେଖାଯାଇଥିବାବେଳେ, ଆନ୍ତର୍ଜାତିକ ଶକ୍ତି ଏଜେନ୍ସି  ସହାୟତାର ହାତ ବଢାଇଛି।

ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ, ଆଇଇଏ ଏହାର ମହଜୁଦ୍ ତୈଳ ଭଣ୍ଡାରରୁ ୪୦୦ ନିୟୁତ ବ୍ୟାରେଲ ତୈଳ ପଠାଇବ ବୋଲି ଘୋଷଣା କରିଛି।

ଆଇଇଏର ଅନୁବନ୍ଧିତ ୩୨ଟି ରାଷ୍ଟ୍ର ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ୨୦୨୨ରେ ଆଇଇଏ ୧୮୨ ନିୟୁତ ବ୍ୟାରେଲ ତୈଳ ଆନ୍ତର୍ଜାତିକ ବଜାରକୁ ଛାଡିଥିଲା।ଆଇଇଏ ବ୍ୟତୀତ ଜି-୭ ରାଷ୍ଟ୍ରଗୋଷ୍ଠୀ ମଧ୍ୟ ବିଶ୍ବ ବଜାରକୁ ତୈଳ ଯୋଗାଣ ପାଇଁ ଉଦ୍ୟମ ଆରମ୍ଭ କରିଛି।

ଏଥିପାଇଁ ଫ୍ରାନ୍ସ ଅନ୍ୟ ଜି-୭ ରାଷ୍ଟ୍ରର ଶକ୍ତି ମନ୍ତ୍ରୀମାନଙ୍କ ସହ ଯୋଗାଯୋଗ ଚଳାଇଛି।

୨୦୨୨ରେ ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ସମୟରେ ଆନ୍ତର୍ଜାତିକ ବାଜରରେ ତୈଳର ଅଭାବ ଦେଖାଯାଇଥିଲା।

Related Articles

Back to top button