
ଭୁବନେଶ୍ୱର,ମୟୂରଭଞ୍ଜ ଜିଲ୍ଳା କରଞ୍ଜିଆରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା । ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ଭାଙ୍ଗିଯାଇଛି ଗାଁର ୭୦ ଘର ।
କରଞ୍ଜିଆ କିଆ ଗାଁରେ ସବୁ କିଛି ଛାରଖାର ହୋଇଛନ୍ତି ।
ପବନ ବଳ ଆଗରେ ମଣିଷ ରାସ୍ତାରେ ପଡ଼ି ରକ୍ତାକ୍ତ ହୋଇଛି ।
ଆଉ କନ୍ଧମାଳର ବାଲିଗୁଡ଼ାରେ ବି ବିରାଟ ବିରାଟ କୁଆପଥର ପଡ଼ିଛି । କାଳବୈଶାଖୀ, କିନ୍ତୁ ମହାବାତ୍ୟା ପରି ତାଣ୍ଡବ ….
ବାତ୍ୟାର ଆଖି ପରି ମାଡ଼ି ଆସିଲା ଘୂର୍ଣ୍ଣିଝଡ଼ । ସୁସୁକରି ଗର୍ଜନ କଲା, କଡ଼ମଡ଼ କରି ଘରଦ୍ବାର ଭାଙ୍ଗିଲା ।
ଘୂର୍ଣ୍ଣିଝଡ଼ ତାଣ୍ଡବରେ ୭୦ ଘର ଛାରଖାର୍ । ବାଇକ୍ ଠୁ ଅଟୋ ସବୁ ଉଡ଼ିଗଲା ।




