ଓଡ଼ିଶା
ମାଲକାନଗିରି ବିମାନ ବନ୍ଦରରୁ ଉଡ଼ିବ ବିମାନ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, ପୂରଣହେବ ମାଲକାନଗିରି ଲୋକଙ୍କ ଦୀର୍ଘଦିନର ସ୍ୱପ୍ନ । ମାଲକାନଗିରି ବିମାନ ବନ୍ଦରରୁ ଉଡିବ ବିମାନ । ମାର୍ଚ୍ଚ ଶେଷ ସୁଦ୍ଧା ବିମାନ ଉଡ଼ାଣ ନେଇ ପ୍ରସ୍ତୁତ ଚାଲିଛି । ଯଦି ସବୁକିଛି ଯୋଜନା ମୁତାବକ ଠିକ୍ ରୁହେ ତେବେ ମାର୍ଚ୍ଚ ଶେଷ ସୁଦ୍ଧା ବିମାନ ଉଡ଼ାଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ପାଇଲଟ୍, କ୍ୟାପଟେନଙ୍କୁ ନେଇ ଏକ ବୈଷୟିକ ଟିମ ମାଲକାନଗିରି ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାଶଙ୍କ ନେତୃତ୍ବରେ ଏକ ଟିମ ମାଲାକନଗିରି ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଖୁବଶୀଘ୍ର ଇଣ୍ଡିଆ ୱାନ୍ ଏୟାର ଯାତ୍ରବାହୀ ବିମାନର ଟ୍ରାଏଲ ରନ୍ ଆରମ୍ଭ ହେବ ।




