ଅନ୍ୟାନ୍ୟଓଡ଼ିଶା

ରେକର୍ଡ ରଚିଲା ଡିଜିଏମ୍ଏସ୍ ସୁରକ୍ଷା ପୁରସ୍କାରରେ

ଭୁବନେଶ୍ୱର ,ସମ୍ବଲପୁରଠାରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ  ପୁରସ୍କାର, ସମାରୋହରେ କମ୍ପାନୀର ଜାମଖାନି କୋଇଲା ଖଣିକୁ ବିଭିନ୍ନ ବର୍ଗରେ ଏକାଧିକ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି।ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ‘ବେଦାନ୍ତ ଆଲୁମିନିୟମ୍’ ଖଣି ସୁରକ୍ଷା କ୍ଷେତ୍ରରେ, ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି। ପୁରସ୍କାର ପ୍ରଦାନ ପୂର୍ବରୁ ଏକ ବାହ୍ୟ ଏ.ଏମ୍.ଏସ୍.ଏଫ୍. ଦଳ ଦ୍ୱାରା ବ୍ୟାପକ ସୁରକ୍ଷା ଯାଞ୍ଚ କରାଯାଇଥିଲା। ଏହି ଟିମ୍‌ରେ ଜଣେ ଇଣ୍ଟରନାଲ୍ ସେଫ୍ଟି ଅର୍ଗାନାଇଜେସନ୍ ପର୍ଯ୍ୟବେକ୍ଷକ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ର ବରିଷ୍ଠ ଅଧିକାରୀଙ୍କ ସମେତ ୧୦ ଜଣ ବିଷୟ ବିଶେଷଜ୍ଞ ସାମିଲ ଥିଲେ। ଏହି ଟିମ୍ ଖଣିର ସୁରକ୍ଷା ବ୍ୟବସ୍ଥା, ପରିଚାଳନା ଅଭ୍ୟାସ ଏବଂ ଅନ୍ୟାନ୍ୟ ଏକାଧିକ ମାନଦଣ୍ଡକୁ ଭିତ୍ତି କରି କାର୍ଯ୍ୟର କଠୋର ମୂଲ୍ୟାଙ୍କନ କରିଥିଲେ। ଏହି ବିଶେଷ ସଫଳତା ଉପରେ ମନ୍ତବ୍ୟ ଦେଇ ବେଦାନ୍ତ ଆଲୁମିନିୟମର, ସିଇଓ ରାଜୀବ କୁମାର କହିଛନ୍ତି, “ବାର୍ଷିକ ଖଣି ସୁରକ୍ଷା ପକ୍ଷ ଉତ୍ସବରେ ଏହି ସମ୍ମାନଜନକ ମାନ୍ୟତା ହାସଲ କରିଥିବାରୁ ମୁଁ ଜାମଖାନି କୋଇଲା ଖଣି ଟିମ୍‍ ଏବଂ ଏମ୍.ଡି.ଓ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି। ବେଦାନ୍ତ ଆଲୁମିନିୟମରେ ସୁରକ୍ଷା ହେଉଛି ଆମର ମୂଳମନ୍ତ୍ର। 

Related Articles

Back to top button