ଓଡ଼ିଶାରାଜନୀତି

ବିଧାନସଭାରେ କୋକେଇ ଶୋଭାଯାତ୍ରା

ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୬: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆଜି ଓଡ଼ିଶା ବିଧାନସଭାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ରୋଗୀଙ୍କ ମୃତ୍ୟୁକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ଗୃହ ମଧ୍ୟରେ ତୀବ୍ର ପ୍ରତିବାଦ କରାଯାଇଛି। ବିଜେଡି ବିଧାୟକମାନେ ଏକ ପ୍ରତିକାତ୍ମକ ‘କୋକେଇ ଶୋଭାଯାତ୍ରା’ ବାହାର କରିବା ସହ ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ବିଧାନସଭା ପରିସରକୁ ଥରହର କରିଥିଲେ। ସରକାରଙ୍କ ବିଫଳତା ଏବଂ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏଭଳି ବଡ଼ ବିପର୍ଯ୍ୟୟ ଘଟିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ହୋହାଲ୍ଲା କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରି ବିରୋଧୀ ଦଳ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏହି ପ୍ରବଳ ପାଟିତୁଣ୍ଡ ଯୋଗୁଁ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।

 

 

Related Articles

Back to top button