
ଭୁବନେଶ୍ୱର ,ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ, ଆରମ୍ଭ ହୋଇ ଆଜି ଶେଷ ହେଉଛି।ଏହି ସପ୍ତାହ ସାରା ଦମ୍ପତିମାନେ ଉପହାର ଆଦାନପ୍ରଦାନ କରନ୍ତି। ବଜାରରେ ଗୋଲାପ ମଧ୍ୟ ପ୍ରଚୁର ପରିମାଣରେ ବିକ୍ରି ହୁଏ। ମାତ୍ର ଦୁନିଆର ସବୁଠାରୁ ମହଙ୍ଗା ଗୋଲାପର ନାମ କଣ ଓ ଏହା କେତେ ଟଙ୍କାରେ ବିକ୍ରି କରାଯାଏ।ଜୁଲିଏଟ୍ ଗୋଲାପ ପ୍ରସିଦ୍ଧ ବ୍ରିଟିଶ ପ୍ରଜନନକାରୀ ଡେଭିଡ୍ ଅଷ୍ଟିନ୍ ଦ୍ୱାରା ସୃଷ୍ଟି କରାଯାଇଥିଲା। ଏହି ଅନନ୍ୟ ଫୁଲ ତିଆରି କରିବା ଏକ ରାତାରାତି କାମ ନଥିଲା। ସେ ଏହାର ସଂପୂର୍ଣ୍ଣ ଫୁଲ ଫୁଟିବା ପାଇଁ, ପ୍ରାୟ ୧୫ ବର୍ଷ ଯତ୍ନର ସହିତ କ୍ରସ୍-ବ୍ରିଡିଂ, ପରୀକ୍ଷଣ ଏବଂ ଉନ୍ନତି କରିବାରେ ବିତାଇଥିଲେ।୨୦୦୬ ମସିହାରେ ଯେତେବେଳେ ଜୁଲିଏଟ୍ ଗୋଲାପ ପ୍ରଥମ ଥର ପାଇଁ ଚେଲସି ଫ୍ଲାୱାର ଶୋ’ରେ ପ୍ରଦର୍ଶିତ ହୋଇଥିଲା, ସେତେବେଳେ ଏହା ଉଦ୍ୟାନ ଜଗତକୁ ଆଶ୍ଚର୍ଯ୍ୟ କରିଦେଇଥିଲା।ପ୍ରଥମ ଫୁଲର ମୂଲ୍ୟ ୧୫.୮ ନିୟୁତ ଡଲାର ବୋଲି ଜଣାପଡ଼ିଛି। ଏହି ମୂଲ୍ୟାଙ୍କନ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଗୋଲାପର ଆଖ୍ୟା ପ୍ରଦାନ କରିଥାଏ। ଜୁଲିଏଟ୍ ଗୋଲାପ ଏହାର ଚମତ୍କାର, ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ। ଏହାର ହାଲକା ଆପ୍ରିକଟ୍ ରଙ୍ଗ, ନରମ ସ୍ତରଯୁକ୍ତ ପାଖୁଡା ଏବଂ ଏକ ସମ୍ପୂର୍ଣ୍ଣ ଗୋଲାକାର ହୋଇଥାଏ ଏହାର ଫୁଲ।




