
ଭୁବନେଶ୍ୱର ,ଆସନ୍ତା ମାର୍ଚ୍ଚ ୧୬ତାରିଖରେ ନିର୍ବାଚନ ହେବ ବୋଲି ପ୍ରେସନୋଟ୍ ଜାରି କରି ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
୧୦ ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏଥିରେ ଓଡ଼ିଶାରୁ ୪ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ନିର୍ବାଚନ ପାଇଁ ଫେବୃଆରୀ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୬ରେ ନାମାଙ୍କନ ଯାଞ୍ଚ ହେବ ।
ମାର୍ଚ୍ଚ ୧୬ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ, ହରିୟାଣା, ହିମାଚଳ ପ୍ରଦେଶ, ତେଲେଙ୍ଗାନାରେ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ସେହିପରି ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମାର୍ଚ୍ଚ ୧୬ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।




