ଓଡ଼ିଶାରାଜନୀତି

ଆଜି ବିଧାନସଭାରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

 ଭୁବନେଶ୍ୱର, ବଜେଟ ଅଧିବେଶନର ତୃତୀୟ ଦିନରେ ବି ବେଶ ସରଗରମ ରହିବ ଗୃହ ।

ଆଜି ବି ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ।

ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି।

ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନୀ ଛଟନୀ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି।

ଯଦି ଗୃହ ସ୍ବଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ଯୋଜନା ଓ ସଂଯୋଜନା, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି ।

ଆଜି ବିଧାନସଭାରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ ।

Related Articles

Back to top button