
ଭୁବନେଶ୍ୱର,ଗତକାଲି ନେଦରଲାଣ୍ଡସକୁ ୧୭ ରନରେ ହରାଇ ଗୃପ୍ A ଟେବୁଲ୍ ଟପ୍ପର ହୋଇଛି, ସୂର୍ଯ୍ୟସେନା ।
T-20 ବିଶ୍ବକପରେ ବିଜୟ ଧାରା ଜାରି ରଖିବା ସହିତ ଶେଷ ଲିଗ୍ ମ୍ୟାଚରେ, ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ ।
ଶେଷରେ ହାର୍ଦିକ ପାଣ୍ଡ୍ୟା ୩୦ ରନ ବଳରେ, ଭାରତ ୬ ୱିକେଟ୍ ହରାଇ ୧୯୩ ରନ୍ କରିପାରିଥିଲା ।
୧୯୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ, ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ।
ଶେଷରେ ୭ ୱିକେଟ୍ ହରାଇ ୧୭୬ ରନରେ, ଅଟକି ଯାଇଥିଲା ।
ବରୁଣ ଚକ୍ରବର୍ତ୍ତୀ ତିନିଟି ୱିକେଟ୍ ନେଇଥିବାବେଳେ ଅଲରାଉଣ୍ଡର ଇନିଂସ ପାଇଁ, ଶିବମ୍ ଦୁବେ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ତେବେ ଶିବମ ଦୁବେଙ୍କ ଦମଦାର ୬୧, ତିଳକ ବର୍ମାଙ୍କ ୩୧ ଓ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ୩୪ ଦଳର ରନ ରୋଟକୁ ଆଗକୁ ବଢାଇଥିଲା ।



