ଜାତୀୟ

ମୁହଁରେ ପୁରୁଷଙ୍କ ପରି ନିଶ ରଖି ଚର୍ଚ୍ଚାରେ ମହିଳା

ସଂପ୍ରତି କେରଳର ଜଣେ ମହିଳା କେବଳ ଭାରତୀୟ ମିଡିଆ ନୁହେଁ ବରଂ ବିଦେଶୀ ଅନଲାଇନ୍ ମିଡିଆରେ ଛାଇ ଯାଇଛନ୍ତି। ଏହି ମହିଳା ନିଜର ନିଶକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମହିଳା ଜଣକ ଅନେକ ଲିଙ୍ଗଗତ ଭେଦଭାବକୁ ଭାଙ୍ଗିବାର କାମ କରିଛନ୍ତି। ମହିଳାଙ୍କ ନିଶ ଦେଖି ଲାଗୁଛି ଏହା କୌଣସି ପୁରୁଷଙ୍କ ନିଶ।  ସଂପ୍ରତି ମହିଳାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମହିଳା ଜଣକ କେରଳର କୁନ୍ନୁର ଜିଲ୍ଲା ବାସିନ୍ଦା। ବିବିସିର ଏକ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଏହି ମହିଳାଙ୍କ ନାମ ଶାୟଜା। ପ୍ରଥମେ ପ୍ରଥମେ ତାଙ୍କୁ ଲୋକେ ଥଟ୍ଟା ପରିହାସ କରୁଥିଲେ। କିନ୍ତୁ  ଶାୟଜାକୁ ଏଥିରେ କୌଣସି ଫରକ ପଡେ ନାହିଁ ଯେ, ଲୋକେ ତାଙ୍କୁ ନେଇ କଣ କହୁଛନ୍ତି। ତାଙ୍କୁ ମୁହଁରେ ନିଶ ରଖିବା ଭଲ ଲାଗେ ବୋଲି କହିଛନ୍ତି। ତାଙ୍କ ଓଠ ଉପରେ ଚୁଟି ଶୀଘ୍ର ବଢି ଯାଉଛି। ଏହା ବ୍ୟତୀତ ତାଙ୍କର ଭ୍ରୁଲତା(ଆଖିପତା ଉପର)ର ଚୁଟି ମଧ୍ୟ ଶୀଘ୍ର ଉଠିଯାଉଛି। ଧିରେ ଧିରେ ଶାୟଜା ଏଥିରେ ଖାପ ଖୁଆଇ ନେଇଥିଲେ। ଏବେ ସେ ଚୁଟିକୁ ସଫା କରୁ ନାହାନ୍ତି। ଏଥିପାଇଁ ତାଙ୍କୁ ଘର ଲୋକଙ୍କଠୁ ଗାଳି ଶୁଣିବାକୁ ପଡିଥାଏ। ଲୋକେ ତାଙ୍କୁ ଏହାକ ନେଇ ଅନେକ ପ୍ରଶ୍ନ କରୁଛନ୍ତି। ଶାୟଜାଙ୍କ କହିବା କଥା ପ୍ରଥମେ ପ୍ରଥମେ ସେ ନିଜର ଫେସିୟାଲ ହେୟାର୍ସକୁ ସର୍ବଦା ସଫା କରୁଥିଲେ। ମାତ୍ର ପାଖାପାଖି ପାଞ୍ଚ ମାସ ହେବ ସେ ଆଉ ସଫା କରୁ ନାହାନ୍ତି। ତାଙ୍କ ଆଖିପତା ଉପରର ଚୁଟି ଅଧିକ ଘନ ହେବାରୁ ଶାୟଜା ଏହାକୁ ସଫା କରିବା ବନ୍ଦ କରି ଦେଇଥିଲେ। ଏବେ ତାଙ୍କୁ ଚୁଟି ରଖିବାକୁ  ଭଲ ଲାଗୁଛି। ଶାୟଜା ଅନେକ ବର୍ଷ ଧରି ସ୍ଵାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଗତ ୧୦ ବର୍ଷରେ ତାଙ୍କର ଛଅଟି ସର୍ଜରୀ  ହୋଇଛି। ଗୋଟିଏ ସର୍ଜରୀ କରାଯାଇ ତାଙ୍କ ସ୍ତନରୁ ମାଂସ ପିଣ୍ଡୁଳା କଢା ଯାଇଥିଲା। ଅନ୍ୟ ସର୍ଜରୀରେ ତାଙ୍କ ଗର୍ଭାଶୟରୁ ଟ୍ୟୁମର କଢାଯାଇଥିଲା। ପାଞ୍ଚ ବର୍ଷ ପୂର୍ବେ ତାଙ୍କର ଶେଷ ସର୍ଜରୀ ଗର୍ଭାଶୟକୁ ହଟାଇବା ପାଇଁ କରାଯାଇଥିଲା। ଅନେକ ସ୍ଵାସ୍ଥ୍ୟ ସମସ୍ୟାରୁ ମୁକୁଳିବା ପରେ ଶାୟଜାଙ୍କ ମନୋବଳ ଆହୁରି ଦୃଢ ହୋଇ ଯାଇଛି ଏବଂ ନିଜକୁ ସେ ଅଧିକ ମଜବୁତ କରି ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com