
ଭୁବନେଶ୍ୱର ,ଦିଲ୍ଲୀ ସରକାର ହୋଲି ଏବଂ ଦୀପାବଳି ଭଳି ପ୍ରମୁଖ ପର୍ବରେ ଯୋଗ୍ୟ ପରିବାରକୁ ଗ୍ୟାସ ସିଲିଣ୍ଡର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ବର୍ଷକୁ ଦୁଇଥର କାର୍ଯ୍ୟକାରୀ ହେବ। ସରକାର ସିଧାସଳଖ ସିଲିଣ୍ଡର ଯୋଗାଇବେ ନାହିଁ, ବରଂ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 853 ରାଶି ସ୍ଥାନାନ୍ତର କରିବେ। ଏହି ଯୋଜନା ପାଇଁ ପ୍ରାୟ 242 କୋଟି ବଜେଟ୍ ବରାଦ କରାଯାଇଛି। ତେବେ ଏହି ଯୋଜନାରୁ ପ୍ରାୟ ୧୭.୫ କୋଟି ରାସନ କାର୍ଡଧାରୀ ପରିବାର ଉପକୃତ ହେବେ ବୋଲି ଆକଳନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇପଲାଇନ ଗ୍ୟାସ ସଂଯୋଗ ଥିବା ପରିବାରଗୁଡ଼ିକୁ ସମାନ ସହାୟତା ମିଳିବ। ଏହାର ଅର୍ଥ ହେଉଛି ସହରାଞ୍ଚଳ ଏବଂ ନିମ୍ନ ବର୍ଗ ପରିବାରଗୁଡ଼ିକୁ ସମାନ ସହାୟତା ମିଳିବ।ଦିଲ୍ଲୀରେ, କେବଳ ବୈଧ ରାସନ କାର୍ଡ ଥିବା ପରିବାର ହିଁ ଏହି ସହାୟତା, ପାଇଁ ଯୋଗ୍ୟ ହେବେ। ରାସନ କାର୍ଡ ନଥିବା କିମ୍ବା ଆର୍ଥିକ ଦୁର୍ବଳ ବର୍ଗରେ ଅନ୍ତର୍ଭୁକ୍ତ ନଥିବା ପରିବାର ଏହି ସୁବିଧା ପାଇବେ ନାହିଁ। ଏହା ବ୍ୟତୀତ, ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଏହି ଯୋଜନାରୁ ବାଦ ଦିଆଯିବ।ଉତ୍ତର ପ୍ରଦେଶରେ, କେବଳ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ମାଗଣା ସିଲିଣ୍ଡର ପାଇବେ। ଯଦି ଆପଣଙ୍କ ନାମ ଏହି ଯୋଜନାରେ ପଞ୍ଜିକୃତ ହୋଇନାହିଁ, ତେବେ ଆପଣ ଏହି ସୁବିଧା ପାଇପାରିବେ ନାହିଁ। ହୋଲି ପର୍ବ ପାଖେଇ ଆସୁଛି । ସେପଟେ ଘରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି। ଏହି ସମୟରେ ରୋଷେଇ ଘର ଖର୍ଚ୍ଚ ବୃଦ୍ଧି ପାଇବା ସାଧାରଣ କଥା, ବିଶେଷକରି ଗ୍ୟାସ ସିଲିଣ୍ଡରର ମୂଲ୍ୟ, ଯାହା ଅନେକ ପରିବାରର ବଜେଟକୁ ପ୍ରଭାବିତ କରେ। ସେଥିପାଇଁ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସରକାର ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଏକ ବିଶେଷ ଘୋଷଣା କରିଛନ୍ତି।




