Featuredଜାତୀୟରାଜନୀତି

ବଦଳିଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୁକ୍

ବଦଳିଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୁକ୍ । ଦେହରେ ନାହିଁ ଧଳା ଟି ସାର୍ଟ ଆଉ ମୁଁହଁରେ ନାହିଁ ନିଶ ଦାଢି । ଭାରତ ଯୋଡ଼ୋ ଯାତ୍ରା ସମୟରେ ଥିବା ହେୟାର ଷ୍ଟାଇଲ ଠୁ ନିଶଦାଢି ପର୍ଯ୍ୟନ୍ତ ସବୁ ବଦଳାଇ, ରାହୁଲ ନଜର ଆସିଛନ୍ତି ନୂଆ ଲୁକ୍ ରେ । ବର୍ତ୍ତମାନ ସୁଟ୍ ବୁଟ୍ ରେ ଦେଖାଯାଉଛନ୍ତି କୁଲ୍ । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଇଂଲଣ୍ଡରେ ପହଞ୍ଚିଛନ୍ତି । ‘ଏକବିଂଶ ଶତାବ୍ଦୀରେ ଶୁଣିବାର ଶିକ୍ଷା’ ପ୍ରସଙ୍ଗରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ବକ୍ତବ୍ୟ ଦେବେ ରାହୁଲ । ଏହି ସମୟରେ ସେ ଭାରତ ଯୋଡୋ ଯାତ୍ରା ସମେତ ଦୁଇଟି ଭିନ୍ନ ମତବାଦକୁ ନେଇ ବିଶ୍ବସ୍ତରୀୟ ଆଲୋଚନା କରିବେ । ମାର୍ଚ୍ଚ ୫ରେ ସେ ପ୍ରବାସୀ ଭାରତୀୟଙ୍କୁ ଲଣ୍ଡନରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଲଣ୍ଡନରେ କଂଗ୍ରେସର ଏକ ଶାଖା ଭାରତୀୟ ଓଭରସିଡ କଂଗ୍ରେସ ବା ଆଇଓସି ର ସଦସ୍ୟଙ୍କୁ ଭେଟିବେ ।
ତେବେ ରାହୁଲଙ୍କ ଏହି ଲୁକ୍ କୁ ନେଇଁ ସମାଲୋଚନା କରିବାକୁ ଭୁଲି ନାହାନ୍ତି ବିରୋଧୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାହୁଲଙ୍କୁ ସଦାମ ହୁସୈନ କହି ସମ୍ବୋଧନ କରିଥିଲେ । ଯାହାର ଜବାବରେ କଂଗ୍ରେସ କହିଥିଲା ଯେ ‘ତୁମ ପ୍ରଧାନମନ୍ତ୍ରୀ ଯେତେବେଳେ ଦାଢି ବଢାଉଛନ୍ତି ସେତେବେଳେ ଆମେ ଚୁପ୍ ରହୁଛୁ‘ ।

Related Articles

Back to top button
WP Twitter Auto Publish Powered By : XYZScripts.com