ଓଡ଼ିଶା

ଅଦିନରେ ବର୍ଷା ଡର

ଖରାଦିନ ଆରମ୍ଭରୁ ଡରାଇଲାଣି ବର୍ଷା, ୨ ଦିନ ହୋଇପାରେ, ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୨୩/୦୨/୨୦୨୬: ଖରାଦିନେ ବର୍ଷା ଡର । ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା । ଆଗାମୀ ଦୁଇ ଦିନ ସତର୍କ ରହିବାକୁ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ହଟାତ୍ ବର୍ଷା ଦିନେ ଏ ପାଣିପାଗ ପରିବର୍ତ୍ତନ କଣ ପାଇଁ, ଚାଲନ୍ତୁ ଜାଣିବା । ଗତ 7 ଦିନ ତଳେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା, ଯାହା ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର,କଳାହାଣ୍ଡି,ନୂଆପଡ଼ା,ଗଞ୍ଜାମ,ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ । ଏଠାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ।

ବିଜୁଳି, ଘଡ଼ଘଡ଼ି ସ‌ହ ୩୦ରୁ ୪୦ କିମି ବେଗରେ ପବନ ବ‌ହିବାର ସମ୍ଭାବନା ରହିଛି । ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମଙ୍ଗଳବାର ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି । ୨୪ ତାରିଖ ଦିନ ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଏହିସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଦେଖାଯିବ ।

Related Articles

Back to top button