ଭୁବନେଶ୍ୱର,୨୫/୦୨/୨୦୨୬: ମନ ଯେତେବେଳେ ସୁନା କିଣିବାକୁ ମନ କରୁଛି, ସେତେବେଳେ ଏହାର ଦାମ୍ ବଢି ଯାଉଛି । ହୁ ହୁ ହୋଇ ବଢି ଚାଲିଥିବା ସୁନା ଦରକୁ ନେଇ ଚିନ୍ତାରେ ଭାରତୀୟ ଗ୍ରାହକ । ଯେଉଁ ସୁନା କିଛି ଦିନ ତଳେ ଦେଢ ଲକ୍ଷ ଟଙ୍କାରୁ କମ୍ ଥିଲା, ତାହା ଏବେ ବୃଦ୍ଧି ପାଇ ୧ଲକ୍ଷ ୬୦ହଜାର ପାର କରିଲାଣି ।
25 ଫେବୃଆରୀ ବୁଧବାର ଦିନ ୨୪ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୨ହଜାର ୪୦ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୬୧ହଜାର ୯୩୦ଟଙ୍କା ଥିଲା । ଏ ତ ହେଲା ନରମ ସୁନା ବା ୨୪କ୍ୟାରେଟ ସୁନାର ଦାମ, ଏବେ ଜାଣିବା ବଜାରରେ ବିକ୍ରି ହେଉଥିବା ଅଳଙ୍କାର ତିଆରି ସୁନା ବା ୨୨କ୍ୟାରେଟ୍ ସୁନାର ଦାମ୍ କେତେ ଟଙ୍କା ବଢିଛି ।
୨୨କ୍ୟାରେଟ୍ ସୁନାର ଦାମ ୧୦ଗ୍ରାମ୍ ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି । ବୁଧବାର ସୁନା ୧ଲକ୍ଷ ୪୮ହଜାର ୫୫୦ ଟଙ୍କାରେ ପହଞ୍ଚିଛି । କିନ୍ତୁ ଚାନ୍ଦି ବା ରୂପା ଦର ଅପରିବର୍ତ୍ତିତ ରହିଛି । ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୮୫ହଜାର ଟଙ୍କା ରହିଛି । ସୁନା ଓ ରୂପା ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧରଣ ଲୋକ ନାହିଁ ନଥିବା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବାହାଘର ପାଇଁ ସୁନା କିଣୁଥିବା ଗ୍ରାହକମାନଙ୍କୁ ଏହି ଦର ବେଶ ବାଧୁଛି ।




